ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆନ୍ଦୋଳନକୁ ଓଲ୍ହାଇଛନ୍ତି ଅନୁଗୁଳ ବ୍ଲକ ମାଟିଆସାହି ପଞ୍ଚାୟତ ର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ବ୍ଲକ ପ୍ରକଳ୍ପ ପରିଚାଳକ ବା ବିପିଏମ ଓ ବ୍ଲକ ଜୀବିକା ସଂଯୋଜକ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା ସମୂହ । ଉଭୟ ବିପିଏମ ଓ ବିଏଲସି ମିଶି ବ୍ୟାପକ ଅନିୟମିତତା କରିବା ସହ ଋଣ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସମୂହ । ତେଣୁ ଏହି ଅଭିଯୋଗ ର ତଦନ୍ତ କରି ନ୍ୟାୟ ପ୍ରଦାନ ଦାବି ରେ ଏକ ସ୍ମାରକପତ୍ର ଅନୁଗୁଳ ଜିଲାପାଳ ଙ୍କୁ ପ୍ରଦାନ କରିଛନ୍ତି ମହିଳା ମାନେ ।
ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୧୧ ବର୍ଷ ହେବ ମାଟିଆସାହି ପଞ୍ଚାୟତ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ନେଇ ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘ ଗଠନ ହୋଇଛି । ଯାହା ଏସଏସଜି ମାନଙ୍କର ଜୀବନ ଜୀବିକା ରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରିବା କଥା । କିନ୍ତୁ ବିପିଏମ ଓ ବିଏଲସି ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହା ସମ୍ପୂର୍ଣ୍ଣ ଦିଗହରା ହୋଇପଡିଥିବା ଅଭିଯୋଗ ହୋଇଛି ।