Spread the love

ଅନୁଗୋଳ: ରାଜ୍ୟର ୬ଷ୍ଠତମ ଯୋଗାସନ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୧୫ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ରାଉଣ୍ଡରେ ନିକିତ କୁମାର ଯାଦବ, ସୁମିତ୍ରା ପ୍ରଧାନ, ସୁପ୍ରିୟା ପ୍ରଧାନ ଓ ସିନିଅର ମହିଳା ବିଭାଗରେ ଜୁଲି ନାୟକ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ।ଟିମ ମ୍ୟାନେଜର ଭାବେ ସୁବ୍ରତ କୁମାର ବାରିକ ଓ ଟିସ୍ କୋଚ ଭାବେ ଆସିତ୍ କୁମାର ସାହୁ ଯୋଗ ଦେଇଥିଲେ । ଜାତୀୟ ସ୍ୱର୍ଣ୍ଣ ପଦକ ଧାରୀ ଶ୍ରୀ ହୃଷିକେଶ ନାଏକ ମୁଖ୍ୟ କୋଚ୍ ଓ ରାଜ୍ୟର ଯୋଗ ବିଚାରକ ଭାବେ ଯୋଗ ଦେଇଥିଲେ । ସମସ୍ତ ପ୍ରତିଯୋଗୀ ଙ୍କୁ ଅୟସକାନ୍ତ ଦାସ, ସସ୍ମିତା ବେହେରା ,ଗୌରଚରଣ ସାହୁ,କମିଟି ତରଫରୁ ଉଚ୍ଚ ପ୍ରଶଂସା କରିଥିଲେ

Leave a Reply

Your email address will not be published. Required fields are marked *