ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : ଭାରତ ବର୍ଷର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରାରେ ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣ,ରୁ ଉର୍ଦ୍ଧ ରେ ରହି ଜାତୀୟ ରାଜନୀତିକୁ ସର୍ବସ୍ପର୍ଶୀ,ସର୍ବ ସମାବେଶୀ,ବିକାଶ ବାଦର ଜୟଯାତ୍ରାରେ ପରିଣତ କରାଯାଇଛି,ଗରିବ,ପଛୁଆ, ଦଳିତ,ଆଦିବାସୀ,ମହିଳା,ଯୁବକ,ଅଳ୍ପ ସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନ ମାନର ଉଥାନର ଯାତ୍ରା ହେଉଛି ବିଗତ ଆଠ ବର୍ଷ ବୋଲି ଛେଣ୍ଡିପଦା ବସନ୍ତପୁର ପଂଚାୟତ ରେ ଅନୁଷ୍ଠିତ ବିଜେପି ଅନୁସୂଚିତ ଜାତି ର ଏକ ସମାବେଶ ରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି |ମୋଦୀ ଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ ବୋଲି ସେ ପ୍ରକାଶ କରିଥିଲେ ।ବିଗତ ଆଠ ବର୍ଷରେ ମୋଦି ସରକାରଙ୍କ ମୂଳ ମନ୍ତ୍ର ହେଉଛି ସବକା ସାଥ, ସବକା ବିକାଶ,ସବକା ବିଶ୍ୱାସ ଏବଂ ସବକା ପ୍ରୟାସ। ଅନ୍ତୋଦୟ,ସେବାହିଁ ସଙ୍ଗଠନ, ରାଷ୍ଟ୍ର ସର୍ବୋପରି ଚିନ୍ତାଧାରା ଆଜି ସଫଳ ହେଇପାରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପିଏମ ଉଜ୍ଜ୍ୱଳା ଯୋଜନା,ସ୍ୱଚ୍ଛ ଭାରତ ଯୋଜନା,ସୌଭାଗ୍ୟ ଯୋଜନା,ହର ଘର ନଲପେ ଜଲ,ଗରିବ କଲ୍ୟାଣ ଅନ୍ନ ଯୋଜନା,କିଷାନ ସମ୍ମାନ ନିଧି ଯୋଜନା,ପିଏମ ଫସଲ ବୀମା,କୃଷକ ଶ୍ରମିକ ପେନସନ ଯୋଜନା,ପିଏମ ମୁଦ୍ରା ଯୋଜନା,ଜନଧନ ଯୋଜନା,ଆତ୍ମନିର୍ଭର ଭାରତ,କୋଭିଡ ପରିଚାଳନା ସହ ମାଗଣା ଟୀକା,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିନା ଗ୍ୟାରେଣ୍ଟି ରେ ଋଣ, ଅନୁସୂଚିତ ଜାତି ଙ୍କ ପାଇଁ ବିଭିନ୍ନ କଲ୍ୟାଣ କାରି ଯୋଜନା କରି ଗରିବ ତଥା ସମାଜ ର ତଳ ସ୍ତରରେ ଥିବା ବ୍ୟକ୍ତି ର ବିକାଶ ପାଇଁ ସଦାସର୍ବଦା ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ ଏସ ସି ମୋର୍ଚ୍ଚା ସଂଯୋଜକ ରବି ବେହେରା, ରାଜ୍ୟ ଏସ ସି ମୋର୍ଚ୍ଚା ଉପ ସଭାପତି ଚନ୍ଦନ ସ୍ୱରାଜ,ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ,ଅକ୍ଷୟପଦ ବେହେରା, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ସାମଲ, ସମିତି ସଭ୍ୟ ଯୁଗଳ କିଶୋର ନାୟକ, ସରପଞ୍ଚ କ୍ଷୀରୋଦିନୀ ବେହେରା ଓ ପାରିଜାତ ସେଠି, ସମିତି ସଭ୍ୟ ସୁମନ୍ତ ବେହେରା, ଦୀପକ ସାହୁ ଓ ଗୀତାଞ୍ଜଳି ସେଠି, ଜୀବନାନନ୍ଦ ସାହୁ, ତ୍ରିବେଣୀ ସାହୁ, ସୁଦର୍ଶନ ସାହୁ, ପ୍ରଶାନ୍ତ ସାହୁ, ଗୌତମ ଧଳ , ଯଶୋବନ୍ତ ଧଳ, ପ୍ରମୁଖ ମଂଚାସୀନ ଥିଲେ | ଶେଷରେ ସୁଦିପ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ |ରାଜ୍ୟ ସଭାପତି ଙ୍କୁ ଛେଣ୍ଡିପଦା ର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ରେ ସମାବେଶ ସ୍ଥଳ କୁ ନିଆ ଯାଇଥିଲା |