Spread the love

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାରେ ବିଜେପିର ଏକ ଗୁରୁତ୍ୱପୂର୍ଣ ବୈଠକ ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଏ ଅଞ୍ଚଳର ପୁଅ ଓଡିଶାର ରତ୍ନ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ପ୍ରଚୁର ଅର୍ଥ ବ୍ୟବସ୍ଥା କରିଛନ୍ତି। ଅନୁଗୁଳ ଜିଲ୍ଲାରେ ଡ଼ିଏମ ଏଫ ଫଣ୍ଡ ଗଠନ କରି ବାର୍ଷିକ ହଜାରେ କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥ ଜିଲ୍ଲାର ବିକାଶ ପାଇଁ ବ୍ୟବସ୍ଥା କରିଛନ୍ତି ମୋଦୀ ସରକାର |ଏହି ଜିଲ୍ଲାରେ ସାର କାରଖାନା ପାଇଁ ତେର ହଜାର କୋଟି, ଥର୍ମାଲ ପାଇଁ ଦଶ ହଜାର କୋଟି, ରାଜପଥ ପାଇଁ ହଜାର ହଜାର କୋଟି ଟଙ୍କା ଦେଇ ଛନ୍ତି | ତାଳଚେର ଅଂଚଳ ରେ ଏବେ ଦୁଇଟି ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା ହୋଇ ସାରିଛି, ଅନୁଗୁଳ ଜିଲ୍ଲା ରେ ସ୍ୱାସ୍ଥ୍ୟ ଭିତିଭୂମି ର ବିକାଶ ପାଇଁ ତାଳଚେର ରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି, ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ମୋଦୀ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି |କିନ୍ତୁ ବାସ୍ତବରେ ଜନ ସାଧାରଣ ଙ୍କୁ ରାଜ୍ୟରେ ଶାସକ ଦଳ ନିଜର ଯୋଜନା କହି ଠକି ଚାଲିଛନ୍ତି,ଏହାକୁ ନେଇ କାର୍ଯ୍ୟକର୍ତା ମାନେ ଘର ଘର ବୁଲି ଜନ ସାଧାରଣ ଙ୍କୁ ସଚେତନ କରାଇବେ ବୋଲି ଶ୍ରୀମତୀ ପରିଡା ପ୍ରକାଶ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରୁଛନ୍ତି, କିନ୍ତୁ ରାଜ୍ୟ ସରକାର ବିକାଶ ରେ ବାଧକ ନ ସାଜି ସହାୟକ ହୁଅନ୍ତୁ ବୋଲି ପରାମର୍ଶ ଦେଇ ଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ନିରୋଜା ନଳିନୀ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦିପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ,ଦିଲ୍ଲୀପ ପ୍ରଧାନ, ନୃସିଂହ ବରାଳ, ଅମୀୟ ତ୍ରିପାଠୀ, ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରଶାନ୍ତ ନନ୍ଦ, ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *