Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଜଗନ୍ନାଥ ପୁର ପଞ୍ଚାୟତ ଟାକରସିଂହା ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଟାକରସିଂହା ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟି ତାଙ୍କ ଗ୍ରାମ ରେ ମଦ ଭାଟି ହେଉଥିବାରୁ ତା କୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। କାରଣ ମଦ ଭାଟି ଦେଇ ପାଠ ପଢିବା ପାଇଁ ପିଲା ମାନେ ସ୍କୁଲ କୁ ଯାଉଛନ୍ତି। ସେହି ବାଟ ଦେଇ ଗ୍ରାମର ମହିଳା ମାନେ ଯିବା ଆସିବା କରୁଛନ୍ତି। ତାହା ସହିତ ଗ୍ରାମରେ ମଦ ଭାଟି ହେଲେ ଗ୍ରାମର ଯୁବକ ମାନେ ସେଠା କୁ ଯାଇ ମଦ୍ୟପାନ କରିବେ ଫଳରେ ପ୍ରତ୍ୟକ ଘରେ ଅଶାନ୍ତି ଲାଗିରହିବ। ସେଥିପାଇଁ ମଦ ଭାଟି ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏହି ମର୍ମ ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ସମୂହ ।

Leave a Reply

Your email address will not be published. Required fields are marked *