Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ର କନିଷ୍ଠ କିରାଣୀ ଜୀବାନନ୍ଦ ଶତପଥୀ । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ କୌଣସି ଏକ ବିଲ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜିବାନନ୍ଦ।
ଜିବାନନ୍ଦ ଲାଞ୍ଚ ମାଗୁଥିବା ନେଇ ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକ ଭିଜିଲାନ୍ସ ରେ ଅଭିଯୋଗ କରିବା ପରେ ଆଜି ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ ଏହି କନିଷ୍ଠ କିରାଣୀଙ୍କୁ ତାଙ୍କ କାର୍ଯ୍ୟଳୟ ରେ ଟଙ୍କା ସହ ଧରିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *