ଅନୁଗୋଳ: ସ୍ତବ୍ଧ ହୋଇଯାଇଛି ବୀର ଯବାନଙ୍କ ଗାଁ । ଶହୀଦ ରାଣା ପ୍ରତାପ ଙ୍କ ଅକସ୍ମାତ ଦେହାନ୍ତ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଆତ୍ମୀୟସ୍ୱଜ୍ଵନ ।
ସମସ୍ତ ଙ୍କୁ ଛାଡି ଚାଲି ଯାଇଥିବା ଶହୀଦ ରାଣା ପ୍ରତାପ ଦାସ ଙ୍କ ପାଇଁ ଅଞ୍ଚଳବାସୀ ଯେତିକି ମ୍ରିୟମାଣ , ଦେଶ ମାତୃକା ର ସେବା ପାଇଁ ରାଣା ଙ୍କ ବଳିଦାନ ପାଇଁ ଅନେକ ନିଜକୁ ଗୌରବାନ୍ୱିତ ମଧ୍ୟ ମନେ କରିଛନ୍ତି ।
କିଛି ସମୟ ର ବ୍ୟବଧାନ ସମ୍ଭବତଃ ଅପରାହ୍ନ ୪ଟା ୩୦ ମିନିଟ ସୁଦ୍ଧା ଶହୀଦ ରାଣା ପ୍ରତାପ ଙ୍କ ପାର୍ଥିବ ଶରୀର ପହଞ୍ଚିବ ତାଙ୍କ ପିତୃକ ଗ୍ରାମ ଅନୁଗୁଳ ଜିଲା ତାଳଚେର ର କୃଷ୍ଣଚନ୍ଦ୍ରପୁର ଗାଁରେ ।
କୃଷ୍ଣଚନ୍ଦ୍ରପୁର ସ୍ଥିତ ବାସଭବନ ଠାରୁ 200 ମିଟର ଦୂର ବ୍ୟବଧାନରେ ପ୍ରସ୍ତୁତ କରାଯାଇଛି ଅସ୍ଥାୟୀ ସ୍ମସାସନ ରେ ବିରପୁତ୍ର ଙ୍କ କରାଯିବ ଶେଷକୃତ୍ୟ ସମ୍ପର୍ଣ୍ଣ ।ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ର ସହ ଶହୀଦ ଙ୍କ ପାର୍ଥିବ ଶରୀର କୁ ଏହାପୂର୍ବରୁ ଦିଆଯିବ ସ୍ନମାନ ।
ସେପଟେ ଘର ର ଏକମାତ୍ର ପୁତ୍ର କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଗୋଟିଏ ପଟେ ଅସୁସ୍ଥ ବାପା ମା ଙ୍କ ଆଖିରୁ ଲୁହ ବୋହି ଚାଲିଥିବା ବେଳେ । ସାତ ଜନମ ପାଇଁ ସାଥି ହୋଇ ରହିବାର ପ୍ରତିଶ୍ରୁତି ସତ୍ୱେ ଏକକି ବଞ୍ଚିବା ଶହୀଦ ରାଣା ଙ୍କ ଧର୍ମପତ୍ନୀ ଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଛି ।
ଅସ୍ଥାୟୀ ସ୍ମାଶନ ପାଲଟିଛି ଲୋକାରଣ୍ୟ ।
ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ।
ସ୍ଥାନୀୟ ଲୋକ ପ୍ରତିନିଧି , କୃଷ୍ଣଚନ୍ଦ୍ରପୁର ସମେତ ଅନୁଗୁଳ ଜିଲା ର କୋଣ ଅନୁକୋଣ ରୁ ଆସିଥିବା ଲୋକ ଙ୍କ ଉପସ୍ଥିତ ରେ ଶେଷରେ ପଞ୍ଚଭୂତ ରେ ଲୀନ ହେବେ ଶହୀଦ ରାଣା ପ୍ରତାପ ।