ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଚର୍ଚ୍ଚାରେ ଅନୁଗୁଳ ସହର ଉପକଣ୍ଠ ଜରାସିଂହା ଗ୍ରାମର ଦୁଇ ଲାବ୍ରାଡର କୁକୁର । ମାଲିକ ଓ ତାଙ୍କ ପରିବାର କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଛନ୍ତି ଦୁଇ ପୋଷା ଲାବ୍ରାଡର ପ୍ରଜାତିର କୁକୁର । ସୂଚନା ଅନୁସାରେ ଜରସିଂହା ଗ୍ରାମର ପରେଶ କୁମାର ସାହୁ ନିଜ ଘରେ ତିନଟି ଲାବ୍ରାଡର ପ୍ରଜାତିର କୁକୁର ରଖିଛନ୍ତି । କିନ୍ତୁ ଗତକାଲି ଅର୍ଥାତ ଗୁରୁବାର ଅପରାହ୍ନ ପ୍ରାୟ ତିନି ଟା ସମୟରେ ପରେଶ ଙ୍କ ଘର ଭିତରକୁ ଏକ ନାଗ ସାପ ପଶିବାକୁ ଉଦ୍ୟମ କରିଥିଲା । ଏହା ଦେଖି ସମ୍ପୃକ୍ତ ତିନି ପୋଷା କୁକୁର ନାଗ ସାପ ଅଟକାଇବାକୁ ଯାଇ ତାର ପଥ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ସାପ ଓ କୁକୁର ମାନଙ୍କ ମଧ୍ୟରେ ଛକା ପଂଝା ଲାଗିରହିଥିଲା । ସାପ କୁ ଘର ଭିତରକୁ ନଛାଡିବା ପାଇଁ କୁକୁର ଙ୍କ ମଧ୍ୟରେ ଅହରହ ଉଦ୍ୟମ ବେଳେ ନାଗ ସାପ ଟି କୁକୁର ମାନଙ୍କୁ ଚୋଟ ପକାଇ ଥିଲା , କିନ୍ତୁ ଏଥିରେ ପଛଘୁଞ୍ଚା ଦେଇ ନଥିଲେ କୁକୁର ମାନେ । ସାପ କୁ ପ୍ରତି ଆକ୍ରମଣ କରି ଖଣ୍ଡିଆ ଖାବରା କରି ଘର ବାହାରକୁ ତଡି ଦେଇଥିଲା । କୁକୁର ଙ୍କ ଭୁକିବା ଦେଖି ଘର ର ସଦସ୍ୟ ମାନେ ସାପ ଓ କୁକୁର ମାନଙ୍କ ସଂଘର୍ଷ ଦେଖିଥିଲେ । ସାପ କୁ ଘଉଡେଇବା ପରେ ପରିବାର ସଦସ୍ୟମାନେ ତୁରନ୍ତ ତିନି ଟି ଯାକ ପୋଷା କୁକୁର ଙ୍କୁ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ କୁ ନେଇଥିଲେ ସୁଧା ଡାକ୍ତର ଦୁଇ କୁକୁର ଙ୍କ ମୃତ୍ୟୁ ହୋଇ ସାରିଥିବା ଓ ଗୋଟିଏ କୁକୁର ଜୀବିତ ଥିବା ଦର୍ଶାଇଥିଲେ । ସାପର ଚୋଟ ଫଳରେ କୁକୁରଙ୍କ ଶରୀର ରେ ବିଷ ପ୍ରକ୍ରିୟା ଫଳରେ କୁକୁର ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।