ତାଳଚେର(ସୁବ୍ରତ ପଟ୍ଟନାୟକ):ତାଳଚେର ବିଜେପି ପୌର ମଣ୍ଡଳ ତରଫରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରେ ତ୍ରିରଙ୍ଗା ପତାକା ଧରି ନିରବ ପଦଯାତ୍ରା କରାଯାଇଛି । ଶର୍ମାଛକ ସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରି ବର୍ଷା ରେ ଭିଜି ଭିଜି କାର୍ଯ୍ୟକର୍ତାମାନେ ନିରବ ଶୋଭାଯାତ୍ରା ରେ ଚାଲି ଚାଲି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତି ସ୍ତମ୍ଭ ଏବଂ ସହିଦ ରଞ୍ଜନ ମହାନ୍ତି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ସମ୍ପାଦକ ଯୋଗ ଦେଇ ଭାରତ-ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସାର ସ୍ଥିତି କିଭଳି ରୂପ ନେଇଥିଲା, ଆଜି ତାହାକୁ ମନେ ପକାଇବାର ଅବସର । ଆମ ପୂର୍ବଜଙ୍କ ବଳିଦାନ, ତ୍ୟାଗ,ସମର୍ପଣ ଭାବକୁ ଦେଶ ଭୁଲିଗଲେ ସମାଜ ପଥଭ୍ରଷ୍ଟ ହୋଇପାରେ।ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୪ ତାରିଖକୁ“ବିଭାଜନ ବିଭୀଷିକା ସ୍ମୃତି ଦିବସ”ରୂପେ ପାଳନ କରାଯାଉଛି। ଏହି ଅବସରରେ ଆଜି ନିରବ ପଦଯାତ୍ରା କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ଦଲେଇ,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ,ମଣ୍ଡଳ ପ୍ରଭାରୀ ପୁଲିନ ବିହାରୀ ନାୟକ,କାଳନ୍ଦି ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ରେଳ ମଣ୍ଡଳ ସଭାପତି ବରୁଣ ସାହୁ,ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠି, ଯଶୋବନ୍ତ ଦାସ,ବାଲ୍ମୀକି ପ୍ରସାଦ କେଶରୀ,ଜିତେନ୍ଦ୍ର ଦାସ,କାଉନସିଲର ଅନିତା ବିଶ୍ୱାଳ, ସ୍ୱାଧୀନ ଥମ୍ବ ଓ ସନ୍ତୋଷ ବେହେରା,ମିଲ୍ଲୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ଦିପ୍ତୀପ୍ରଭା ମହାରଣା, ସଂଯୁକ୍ତା ମହାରଣା,ମିନା ଖଟୁଆ,ଝରଣା ମହାପାତ୍ର,ସୁଜାତା ବେହେରା, ବିନୋଦିନୀ ମହାନ୍ତି, ଦୁଃଖବନ୍ଧୁ ମହାନ୍ତି, ଯୋଗେଶ୍ୱର ସାହୁ,ମନୋଜ ସ୍ୱାଇଁ, ଅନୁପ ସେନଗୁପ୍ତ, ସୁବାସ ସାହୁ,ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।