ଅନୁଗୋଳ : ବିଭିନ୍ନ ପ୍ରସଙ୍ଗ କ୍ରମରେ ସୋସିଆଲ ମିଡିଆରେ ପ୍ରଶାସନର ପାରିବାପାଣିଆ ଉପରେ ପୋଷ୍ଟ କରିବା ଏବେ ଯୁବ ସାମ୍ବାଦିକ ତଥା ଆଇନଜୀବୀ ସଂଜୀବ ମାଣ୍ଡୋଠିଆ ଙ୍କୁ ଉଦେଶ୍ୟମୂଳକ ଭାବେ ପ୍ରଶାସନ ପକ୍ଷରୁ ହଇରାଣ ହରକତ କରାଯାଉଥିବା ନେଇ ସଂଜୀବ ଅଭିଯୋଗ କରିଛନ୍ତି । ଏପରିକି ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଙ୍କୁ ଲଗାଇ ପ୍ରଶାସନ ସଂଜୀବ ଙ୍କ ଅନୁଗୁଳ ହୁଲୁରିସିହା ସ୍ଥିତ ପିତୃକ ଘର ର ଉଦେଶ୍ୟ ମୂଳକ ଭାବେ ମାପଚୁପ କରାଇବା ସହ ଅଷ୍ୟଭ ଭାଷରେ ଗାଳି ଗୁଲଚ କରିଥିବା ନେଇ ସଂଜୀବ ଙ୍କ ପକ୍ଷରୁ ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲିକ ଙ୍କ ବିରୁଦ୍ଧରେ ଅନୁଗୁଳ ଥାନା ରେ ଏକ ଏତଲା ଦିଆଯାଇଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନ ନିଆଯିବା ନେଇ ମୋ ସରକାର ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ସଂଜୀବ ।
ସେପଟେ ଏ ନେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ର କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ , ଲଗାତାର ଭାବେ ପୌର କାର୍ଯ୍ୟଳୟ ପକ୍ଷରୁ ଯୋଜନା ବଧ୍ୟ ଭାବେ ସଂଜୀବଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ତର୍ଜମା ତଥା ଅନୁସନ୍ଧାନ ଜାରି ରଖା ଯାଇଥିବା ଜଣାପଡ଼ିଛି ।
ସେପଟେ ଏହି ଘଟଣା କୁ ନେଇ ବିଭିନ୍ନ ମହଲରେ ପୌରନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟ କୁ ନିନ୍ଦା କରାଯାଇଥିବା ବେଳେ ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଘଟଣା କୁ ଅତ୍ୟନ୍ତ ଗମ୍ଭୀରତା ର ସହ ନେବାକୁ ନିଷ୍ପତ୍ତି ନେଇଛି । ଅନୁଗୁଳ ଜିଲା କଂଗ୍ରେସ ଭବନ ପରିସର ରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ତଥା ଆଇନଜୀବୀ ସୁଦୀପ ମିଶ୍ର ବାରମ୍ବାର ଅନୁଗୁଳ ରେ ସାମ୍ବାଦିକ ଙ୍କ କ୍ଷେତ୍ରେ ରେ ଘଟୁଥିବା ଅନ୍ୟାୟ କୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ସଂଜୀବ ଙ୍କ କ୍ଷେତରେ ସଂଗଠିତ ଘଟଣା କ୍ରମରେ ପୌର ନିର୍ବାହୀ ଅଧିକାରୀ ଗିରିଜା ସଙ୍କର ମଲିକ ଆସନ୍ତା 7 ଦିନ ମଧ୍ୟରେ କ୍ଷମା ପ୍ରାଥନା କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଏଥିରେ ବିଚ୍ୟୁତି ହେଲେ କଂଗ୍ରେସ ପକ୍ଷରୁ ନିର୍ବାହୀ ଅଧିକାରୀ ଙ୍କୁ କାଳି ମାଡ଼ ସହ ପୌର କାର୍ଯ୍ୟଳୟ କୁ ଧସେଇ ପଶିବା କୁ ପଛଘୁଞ୍ଚା ଦେଵ ନାହିଁ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ମିଶ୍ର । ଆବଶ୍ୟକ ପଡ଼ିଲେ ଅନୁଗୁଳ ସହର ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ।