Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଝାରସୁଗୁଡ଼ା ଜିଲ୍ଲା ବିଜୁ ଦଳର ଦକ୍ଷ ସଂଗଠକ ବ୍ରଜରାଜ ନଗରର ମାନ୍ୟବର ବିଧାୟକ ସ୍ଵର୍ଗତ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନଗର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ କ୍ୟାଣ୍ଡେଲ ପ୍ରଜ୍ବଳନ ସହିତ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ବସ୍ତିଆ,ବିଜୁ ଜନତା ଦଳ ନଗର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସ୍ବାଇଁ,ନିର୍ବାଚନ ମଣ୍ଡଳୀ ସଭାପତି ଅଜିତ୍ ପ୍ରସାଦ ଦ୍ବିବେଦୀ,ନଗର ସଭାପତି ବିଶ୍ବରଂଜନ ସାହୁ,ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ,ଜିଲ୍ଲା ଛାତ୍ର ଉପସଭାପତି ସୁଜିତ୍ କୁମାର ଦାସ,କାଉନସିଲର ତାପସ ରଂଜନ ନାୟକ,ଭେଙ୍କଟ ବାର୍ଗୋଡ଼ିଆ,ଭାଗିରଥି ଦେହୁରୀ, ଯୁବ ନେତା ବଳରାମ ଜେନା,ନଗର ଛାତ୍ର ସଭାପତି ଦେବବ୍ରତ ନାଏକଙ୍କ ସମେତ ନଗର ଯୁବ ଏବଂ ଛାତ୍ର କମିଟିର ସମସ୍ତ ପଦାଧିକାରୀ,ଦଳର ସମସ୍ତ ସକ୍ରିୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *