ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ଠାରୁ ଅନୁସୂଚିତ ଜାତି ମୋର୍ଚ୍ଚା ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।
ରାଜ୍ୟ ବିଜେପି ର ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଛନ୍ତି । ରାଜ୍ୟ ଅନୁସୂଚିତ ଜାତି ର ସଭାପତି ବିଭୁ ପ୍ରସାଦ ତରାଇ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନୁସୂଚିତ ଜାତି ମୋର୍ଚ୍ଚା ର କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି । ଏହାଛଡା ପ୍ରଶିକ୍ଷାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି ଅବସରରେ ବିଶେଷ ଆୟୋଜନ କରାଯାଇଛି ।
ମୋଦି ଙ୍କ ଗରିବ କଲ୍ୟାଣ ଯୋଜନା ସମେତ ସମସ୍ତ ଲୋକାଭିମୁଖୀ ଯୋଜନା କୁ କିଭଳି ସାଧାରଣ ଲୋକ ଙ୍କ ଠାରେ ପହଞ୍ଚାଇବା ସହ ବ୍ୟାପକ ସଚେତନତା ଉପରେ ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଇଥିବା ରାଜ୍ୟ ସଭାପତି ସମୀର ମହାନ୍ତି ଆହ୍ବାନ ଦେଇଛନ୍ତି ।
ଆସନ୍ତା କାଲି ଏହି ପ୍ରଶିକ୍ଷଣ ଶିବିର ଉଦଯାପିତ ହେବାର ଥିବା ବେଳେ ଏଥିରେ ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।