ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି। ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଜପେୟୀ ଙ୍କୁ ସବୁ ଦଳର ଲୋକ ଭଲ ପାଉଥିଲେ, ତାଙ୍କର କେହି ବିରୋଧୀ ନ ଥିଲେ, ସେ ସଦା ସର୍ବଦା ଦେଶ ବିଷୟରେ ଚିନ୍ତା କରୁଥିଲେ ଏବଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଯେଉଁ କାର୍ଯ୍ୟ ସବୁ କରି ଯାଇଛନ୍ତି ତାଙ୍କୁ ଆଧୁନିକ ଭାରତ ର ବିଶ୍ୱକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି କହିଥିଲେ, ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବିଜେପି କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ,ପ୍ରତିମା ମିଶ୍ର,ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ,ଦିଲ୍ଲୀପ ଦାସ,ଦିଲ୍ଲୀପ ଗଡ଼ନାୟକ, ଉପ ନଗରପାଳ ଅନୁପମା ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ,ସଞ୍ଜୟ ନାୟକ,ନମିତା ଦଳ ବେହେରା ବିଶ୍ୱଜିତ ମିଶ୍ର, ରୋଜା ଲୀନ ଦାସ, ସୁଚିସ୍ମିତା ତ୍ରିପାଠୀ,ସରିତା ମିଶ୍ର,ପୁରୁଷୋତମ ନାୟକ, ସମୀର ପରିଡା,ଚନ୍ଦ୍ରକାନ୍ତ ଧଳ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।