ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ହାଇଦ୍ରାବାଦ ସାଂସଦ ତଥା ଏମଆଇଏମଆଇ ନେତା ଅସବୁଦିନ ୱାବେସି ଓଡ଼ିଶା ର ତଥା ହିନ୍ଦୁ ମାନଙ୍କର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଦେଇଥିବା ଆପତ୍ତି ଜନକ ମନ୍ତବ୍ୟ ପ୍ରତିବାଦ ରେ ଅନୁଗୋଳ ଜିଲ୍ଲା ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ପ୍ରଭାତ ବାରିକ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭାରେ ଓୱେସି ଙ୍କ ଗିରଫ ଓ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ଥାନା ଛକ ଠାରେ ପ୍ରତିବାଦ କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ବିଭିନ୍ନ ନାରାବାଜି ସହ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଷ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ଦେବାସହ ଓୱେସି ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିର ବିରୁଦ୍ଧରେ ଆପତ୍ତିଜନକ ଓ ବିବରନ୍ତିକର ମନ୍ତବ୍ୟ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗ କରିଥିଲେ କି, ଗତ ଶୁକ୍ରବାର ରେ ଘଟିଯାଇଥିବା ଘଟଣା ବିଷୟରେ କିଛି ସେକୁଲାର ରାଜନୈତିକ ଦଳ ନିରବ ଦର୍ଶକ ସାଜିଛନ୍ତି । ଏଥିପାଇଁ ଦେଶର ସାମାଜିକ ସଦଭାଵ କ୍ଷୁର୍ଣ୍ଣ ହେବା ସହ ଜେହାଦି ମାନଙ୍କ ମନୋବଳ ବୃଦ୍ଧି ପାଉଛି ।ଯାହାଫଳରେ ଓଡ଼ିଶାର ଭଦ୍ରକ ପରି କିଛି ଜିଲ୍ଲାରେ ହିନ୍ଦୁ ପରିବାର ଙ୍କୁ ଘେରାବନ୍ଦୀ ଭୟଭୀତ କରାଇ ଆକ୍ରମଣ କରାଯାଉଛି । ଏବେ ସମ୍ପୁର୍ଣ୍ଣ ଦେଶରେ ହିନ୍ଦୁ ସମାଜ ଏହି ଆକ୍ରମଣରେ ଆହତ ଓ ଆକ୍ରୋଶ ରେ ଅଛି । ଗତ ଶୁକ୍ରବାର ର ଆକ୍ରମଣ କାରୀଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯାଉ । ସେମାନଙ୍କୁ ଉସୁକାଉ ଥିବା ନେତା ମାନଙ୍କ ବିରୁଦ୍ଧରେ ରାସୁକା ଲଗାଯାଇ ଗିରଫ କରାଯାଉ । ଯେଉଁ ମାନଙ୍କୁ ଧମକ ଦିଆଯାଇଛି ତାଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଧମକ ଦେଇଥିବା ଲୋକଙ୍କୁ ଗିରଫ କରାଯାଉ । ଯେଉଁ ମସଜିଦ ଓ ମଦ୍ରାସାରୁ ଭିଡ଼ ହୋଇ ଆକ୍ରମଣ କରାଗଲା ତାହା ଏନ ଆଇ ଏ ଦ୍ୱାରା ଯାଞ୍ଚ କରାଯାଉ । ଇତ୍ୟାଦି ୮ ଦଫା ଦାବି ପ୍ରଦାନ କରାଯାଇଥିଲା । ଏଥିରେ ବଜରଙ୍ଗ ଦଳ ର ସହ ସଂଯୋଜକ ରାହୁଲ ଅନୁରାଗ, ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ଗଡନାୟକ, ପ୍ରମୋଦ ମୋଦି, ରଞ୍ଜିତ ଦାସ, ଲମ୍ବୋଧର ବେହେରା, ବିଶୁ ସାହୁ, ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଯୋଗ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ ।