Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ପଞ୍ଚାୟତ ର ଶତାଧିକ ମହିଳା, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ନୁଆହତା ପଞ୍ଚାୟତ ମହିଳା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ନୁଆହତା ପଞ୍ଚାୟତରେ ବେଆଇନଭାବେ ଏକ ଫାଇବର କାରଖାନା ଗଢିଉଠିଛି, ଯାହା ଫଳରେ ପଞ୍ଚାୟତ ବସି ବିରୋଧ କରୁଛନ୍ତି , କାରଣ ଫାଇବର କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ସହିତ ଚର୍ମ ରୋଗରେ ପୀଡ଼ିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ପଞ୍ଚାୟତ ବାସି । ଏହି ବାବଦରେ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳଙ୍କ ଠାରୁ ସନ୍ତୋଷ ଜନକ ଭାବେ ଉତ୍ତର ମିଳି ନ ଥିବାରୁ ଗଣ ମଧ୍ୟାମ ଆଗରେ ପ୍ରକାଶ କରିଛନ୍ତି । ଆଗକୁ ଯଦି ପ୍ରଶାସନ ଦ୍ବାରା ଏହାର କୌଣସି ସମାଧାନ ନ ହୁଏ ତାହାଲେ ରାଜରାସ୍ତାକୁ କୁ ଉଲ୍ହାଇବାକୁ ପଞ୍ଚାୟତର ଶତାଧିକ ମହିଳା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *