ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଦେହୁରୀ ଉତ୍କଟ ହୋଇଛି ଜଳ ସଙ୍କଟ। ସାହିରେ ବାସ କରୁଥିବା ପ୍ରାୟ ୭୦ ରୁ ଉର୍ଦ୍ଧ ପରିବାର ପାଇଁ ବହୁ ବର୍ଷ ପୂର୍ବେ ସରକାରୀ ଯୋଜନା ରେ ଦୁଇଟି ନଳକୂପ ଖୋଳା ହୋଇଥିଲା। କିନ୍ତୁ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉକ୍ତ ନଳକୂପ ଦୁଇଟି ର ଜଳ ସ୍ତର ହ୍ରାସ ପାଇଥିବାରୁ ସେଥିରୁ ବାହାରୁଥିବା ଜଳ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଜଳ ଯୋଗାଣ ଯୋଜନା ରେ ଜଳ ଯୋଗାଣ ପାଇଁ ସରକାରୀ ସ୍ତରରେ ପାଣି ପାଇପ୍ ବିଛା ଯାଇଥିଲେ ମଧ୍ୟ କେଉଁଟି ପାଇପ୍ ପଡ଼ିଛି ତ କେଉଁଟି ପାଇପ୍ ପଡି ନାହିଁ। ପାଣି ପାଇପ୍ ବିଛାଇବା ର ଅବ୍ୟବସ୍ଥା ଭିତରେ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ। ସରକାରୀ ଯୋଜନାରେ ଏକ ପମ୍ପ ଘର ତିଆରି କରି ବୋରୱେଲ ଖୋଳା ଯାଇ ପାଇପ୍ ମାଧ୍ୟମରେ ପ୍ରାୟ ୫୦ ଫୁଟ ଅନ୍ତରରେ ଟ୍ୟାପ୍ ବସାଯାଇ ଜଳ ଯୋଗାଇବା ର ସୁବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। କିନ୍ତୁ ଏବେ କିଛି ବ୍ୟକ୍ତି ମଟର ପମ୍ପ ଲଗାଇ ନିଜ ନିଜ ଘରକୁ ପାଣି ଚୋରି କରୁଥିବାରୁ ଗ୍ରାମବାସୀ ମାନେ ପାଣି ଟୋପାଏ ପାଇ ପାରୁ ନ ଥିବାରୁ ଆଜି ପାନୀୟ ଜଳ ର ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି।