Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନିଯୁକ୍ତି, ଥଇଥାନ ପାଇଁ ଛେଣ୍ଡିପଦା ବ୍ଲକ ଗୋପିବଲଭପୁର ଓରଫ ନାଂଡିଛଡା ଗ୍ରାମବାସୀଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଛି ଧାରଣା।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ନାଲକୋ ପକ୍ଷରୁ ଖଣି ଉଦେଶ୍ୟ ରେ ସମ୍ପୃକ୍ତ ସ୍ଥାନରେ ଜମି ଅଧିଗ୍ରହଣ କରିଅଛି । ପ୍ରାଥମିକ ପର୍ଯ୍ୟରେ ରେ ସେତେବେଳେ ଗ୍ରାମବାସୀ ଙ୍କୁ କ୍ଷତିପୂରଣ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ନୂତନ ଖଣି ନିୟମ ଲାଗୁ କରାଯାଇଥିବାରୁ ରାଜ୍ୟ ସରକାରଙ୍କ ବିସ୍ଥାପନ ନୀତି ବଦଳରେ କେନ୍ଦ୍ର ସରକାରଙ୍କ ନୂତନ ଖଣି ନିୟମ ଅନୁସାରେ କ୍ଷତି ପୂରଣ ରାଶି ସହ ବିସ୍ଥାପିତ ଙ୍କୁ ଥଇଥାନ ପାଇଁ ଗ୍ରାମବାସୀ ମାନେ ଅଡ଼ି ବସିଛନ୍ତି ।
ଏହାଛଡା ନାଲକୋ ର ଉତ୍କଳ ଡି ଓ ଇ କୋଲବଳ୍କ ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କାଟାଗୋରୀ ୧ ଅନୁସାରେ ଆର ଆଣ୍ଡ ଆର କଲୋନୀ ରେ ପୁନଃବାସ ଓ ଥଇଥାନ କରିବା । କ୍ଷତିଗ୍ରସ୍ତ ହେଉଥିବା ପ୍ରତ୍ୟେକ ସାବାଳକ ପିଡ଼ିଏଫ ପରିବାର କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା , ଭଳି ଦାବି ଉପସ୍ଥାପନ କରିଛନ୍ତି ଗ୍ରାମବାସୀ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *