Spread the love

Angul News: ତାଳଚେର: ତାଳଚେର ଥର୍ମାଲ ଠାରେ ସପ୍ତାହ ରେ ଦୁଇଦିନ ପ୍ରତି ସୋମବାର ଓ ଗୁରୁବାର ହାଟ ବସିଥାଏ |ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ସମୟ ଧରି ଉକ୍ତ ସ୍ଥାନରେ ହାଟ ହୋଇ ଆସୁଅଛି |ତାଳଚେର, ପରଜଙ୍ଗ ଓ ବନରପାଳ ବ୍ଲକ ର ବ୍ୟବସାୟୀ ଓ ଜନସାଧାରଣ ଏହା ଉପରେ ନିର୍ଭରଶୀଳ |ଜାତୀୟ ରାଜପଥ 149 ନିକଟବର୍ତ୍ତୀ ଅଂଚଳରେ ଉକ୍ତ ହାଟ ଟି ହେଉଥିବାରୁ ଗମନା ଗମନ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇଥାନ୍ତି |କିଛିଦିନ ହେବ ଉକ୍ତ ହାଟ କୁ ଉଠାଇବା ପାଇଁ ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନ ମସୁଧା ଚଳାଇଥିବାର ସୂଚନା ମିଳିବା ପରେ ଏହାକୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ହାଟ ନ ଉଠାଇବା ପାଇଁ ସନ୍ଥପଡା ସରପଞ୍ଚ ଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାପାଳ ଓ ତାଳଚେର ଉପ ଜିଲ୍ଲାପାଳ ଙ୍କୁଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି |ହାଟ ଉଠାଇଲେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସରପଞ୍ଚ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି |ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ହାଟ ନ ଉଠାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି |ସରପଞ୍ଚ ଙ୍କ ସହ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ପ୍ରାକ୍ତନ ଗୁରୁଜାଙ୍ଗୁଲି ସରପଞ୍ଚ ସନ୍ତୋଷ ମହାନ୍ତି, ପ୍ରଦୀପ ସାମଲ, ପନଙ୍ଗ ଭୂଷଣ ସାହୁ, ଗୋପାଳ ସାହୁ ପ୍ରମୁଖ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *