ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇ ଜେଲ ରେ ଥିବା ଢ଼େଙ୍କାନାଳ ସଦର ଆଇଆଇସି ଅଭିନବ ଡାଳୁଆଙ୍କ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୪ ଟି ପ୍ଲଟ ଥିବାର ଜଣାପଡିଛି। ସ୍ଥାବର ସମ୍ପତି ର ମୂଲ୍ୟ ଦୁଇ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ ରିଲିଜ ଯୋଗେ ଦର୍ଶାଯାଇଛି।ଅଧିକ ପଚରଉଚରା ନେଇ ଭିଜିଲାନ୍ସ ପକ୍ଷରୁ ଲାଞ୍ଚୂଆ ଡାଳୁଆ ଙ୍କୁ ଦୁଇ ଦିନଆ ରିମାଣ୍ଡରେ ନିଆଯାଇଥିଲା।ପଚରା ଉଚରା ପରେ ବାବୁଙ୍କର ଦାମୀ ୧୪ଟି ପ୍ଲଟ ଥିବାର ଜଣାପଡ଼ିଛି।ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ବାବୁ ଡ଼ାଳୁଆ ଙ୍କ ନାମରେ ଏକ ପ୍ଲଟ ଉପରେ ଦୁଇ ମହଲା ଘର ରହିଥିବା ବେଳେ ପତ୍ନୀଙ୍କ ନାମରେ ଖୋର୍ଦ୍ଧା ଓ ଯାଜପୁରରେ ୫ ଟି ପ୍ଲଟ ଅଛି।ସେହିଭଳି ଭାବରେ ନିଜ ଶାଶୁଙ୍କ ନାମରେ ଢ଼େଙ୍କାନାଳ ବାନମାଲିପ୍ରସାଦ ଅଞ୍ଚଳରେ ବେନାମୀ ସମ୍ପତି ଠାବ ହୋଇଥିବା ସହ କେଉଁଝର ଅଞ୍ଚଲରେ ତାଙ୍କ ଶଳା ଙ୍କ ନାମରେ ମଧ୍ୟ ବେନାମୀ ସମ୍ପତି ଥିବା ର ଜାଣିବାକୁ ପାଇଛି ଭିଜିଲାନ୍ସ। ସମ୍ପତି ର ମୂଲ୍ୟ ୨ କୋଟି ରୁ ଉର୍ଦ୍ଧ୍ବ ହେବ ଜଣାପଡ଼ିଛି।ଗତ ୩୦ ତାରିଖରେ ବାବୁ ଅଭିନବ ଜଣେ କୋଇଲା ଟ୍ରାନ୍ସପୋର୍ଟ ର ଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ ମାଡ଼ି ବସିଥିଲା।ଆଗମୀ ୧୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ କୋର୍ଟ କୁ ପଠାଇ ଦିଆଯାଇଛି।ରିମାଣ୍ଡ ଅବଧି ସରିବା ପରେ ଭିଜିଲାନ୍ସ ତାଙ୍କୁ କୋର୍ଟ ରେ ହାଜର କରାଇଛି।