Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷମଧ୍ୟ ଅନୁରୂପ ଭାବେ ଅମାବାସ୍ୟା ରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି କିନ୍ନର ସମୂହ ।
ଅନୁଗୁଳ ସହର ର ଏକ ରାଧାରାମନ ପଡା ନିକଟରେ ନିର୍ଦ୍ଦିଷ୍ଟ ସମ୍ପର୍ଣ୍ଣ ହୋଇଛି ରୀତିନୀତି ର ସହ ପୂଜାର୍ଚ୍ଚନା । ପ୍ରତ୍ୟୁଷରୁ ସ୍ନାନାଦି କରି ନୂତନ ବସ୍ତ୍ର ପରିଧାନ କରିବା ପରେ କିନ୍ନର ମାନେ ପହଞ୍ଚିଥିଲେ ପୂଜାସ୍ଥଳ ନିକଟରେ ।ପ୍ରାରମ୍ଭିକ ପର୍ଯ୍ୟାୟରେ ଜଗତର କଲ୍ୟାଣ ନିମନ୍ତେ ପୂଜାର୍ଚ୍ଚନା । ଏହାପରେ ନିଜ ଗୁରୁମା ଙ୍କ ଉଦ୍ଧେଶ୍ୟରେ ପୂଜାର୍ଚ୍ଚନା ପରେ ନିଜ ଜୀବନସାଥୀ ଙ୍କ ଦୀର୍ଘସ୍ଥାୟୀ ଜୀବନ କାମନା କରି କିନ୍ନର ମାନେ କରିଥିଲେ ପୂଜାର୍ଚ୍ଚନା । ପରେ ପରେ ବ୍ରତ ଧାରଣା କରିଥିଲେ କିନ୍ନର ସମୂହ ।ଠିକ ସାଧବା ନାରୀ ଙ୍କ ପରି କିନ୍ନର ମାନଙ୍କ ପକ୍ଷରୁ ଏହି ସାବିତ୍ରୀ ବ୍ରତ ପାଳନ କରାଯିବା ସହ ପରମ୍ପରା କୁ ବଜାୟ ରଖିବା ନେଇ ସବୁବେଳେ କିନ୍ନର ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି କହିଛନ୍ତି ଭାନୁ କିନ୍ନର ।ଆଜି ର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସୁହାନୀ , କେଟି , ପା ରୋ , କିନ୍ନର ଙ୍କ ସମେତ ଅନେଜ କିନ୍ନର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *