Spread the love

ତାଳଚେର /କଣିହାଁ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମଟି ସମ୍ପୂର୍ଣ ଭାବେ ଏମସିଏଲ ଦ୍ଵାରା ଅଧିଗୃହିତ ହୋଇଛି|ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ଙ୍କ ପ୍ରତି ଅହେତୁକ ଅବହେଳା ପ୍ରଦର୍ଶନ କରି ଆସିଛନ୍ତି ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଧାରଣା ଦେଇଛନ୍ତି |ଆଜି ଧାରଣା ଷଷ୍ଠ ଦିନରେ ପହଞ୍ଚିଥିଲା ବେଳେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଧାରଣା ସ୍ଥଳରେ ପହଂଚି କ୍ଷତିଗ୍ରସ୍ତ ଙ୍କ ସହ ଆଲୋଚନା କରିଛନ୍ତି |ଧାରଣା ଷଷ୍ଠ ଦିନରେ ପହଂଚି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ହେଲେ ଅଧିକାରୀ ଘଟଣା ସ୍ଥଳରେ ନ ପହଂଚିବା ଦୁଭାଗ୍ୟ ର ବିଷୟ ଏବଂ କ୍ଷତିଗ୍ରସ୍ତ ଙ୍କ ପ୍ରତି ରାଜ୍ୟ ସରକାର ଓ ପ୍ରଶାସନ ର ଉପହାସ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି |କ୍ଷତିଗ୍ରସ୍ତ ଙ୍କ ମଧ୍ୟରେ ସର୍ବାଧିକ ଗରିବ ଓ ଅନୁସୂଚିତ ଜାତି ବର୍ଗର ପ୍ରଜା ହୋଇ ଥିବା, ଏବଂ ସେମାନେ ବାରମ୍ବାର ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ସମସ୍ୟା ର ସମାଧାନ ନ ହେବା ଦୁଭାଗ୍ୟ ର ବିଷୟ |ଜିଲ୍ଲା ପ୍ରଶାସନ କଂସମୁଣ୍ଡା କ୍ଷତିଗ୍ରସ୍ତ ଙ୍କ ପ୍ରତି ନିର୍ଦୟ ନ ହୋଇ ଖଣି କର୍ତ୍ତୃପକ୍ଷ ଙ୍କ ମିଶି ସମସ୍ୟା ର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନେବା ପାଇଁ ଶ୍ରୀ ସାମଲ ଦାବୀ କରିଛନ୍ତି |ଏହି ଧାରଣା ସ୍ଥଳକୁ କଣିହାଁ ଜିଏମ କେ କେ ରାଉଳ ଙ୍କୁ ଡକାଇ ଆଲୋଚନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ବିଜେପି ମିଡ଼ିଆ ସେଲ ସଂଯୋଜକ ସୁଶାନ୍ତ ସାମଲ, ପ୍ରାକ୍ତନ ସମିତି ସଦସ୍ୟ ଦେବେନ୍ଦ୍ର ବାରିକ, ପୂର୍ଣଚନ୍ଦ୍ର ବେହେରା ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *