Spread the love

ଅନୁଗୁଳ: ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ପକ୍ଷରୁ ଅନୁଗୁଳ ପୌରପାଳିକା ଏବଂ ଅନୁଗୁଳ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ମାନ ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ପକ୍କା ରାସ୍ତା ଏବଂ ଡ୍ରେନ୍ ନିର୍ମାଣ କରାଯିବା ଏବଂ ସମସ୍ତ ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା କରିବା, ପୌରାଞ୍ଚଳର ଅଧିବାସୀଙ୍କୁ ଘରଡିହ ପଟ୍ଟା ଏବଂ ଘର ଯୋଗାଇଦେବା, ପୌରାଞ୍ଚଳରେ ଯେଉଁ ଅଧିବାସୀମାନେ ଘରଡିହ ପାଇଁ ଟଙ୍କା ଜମାକରି ରସିଦ ପାଇଛନ୍ତି, ସେମାନଙ୍କୁ ତୁରନ୍ତ ଘରଡିହ ପଟ୍ଟା ପ୍ରଦାନ କରିବା, ପୌରାଞ୍ଚଳରେ ମଶାଧୂଆଁ ପ୍ରତ୍ୟେକ ୱାର୍ଡରେ ନିୟମିତ ଦେବା ଏବଂ ପୌରାଞ୍ଚଳରୁ ଆବର୍ଜନାମୁକ୍ତ କରିବା, ସହର ମଧ୍ୟରୁ ମାଛ ମାର୍କେଟ୍ ସ୍ଥାନାନ୍ତର କରିବା, ସହର ମଧ୍ୟରେ ଯାଇଥିବା କେନାଲକୁ ପ୍ରଦୂଷଣ ମୁକ୍ତ କରିବା, ରାସ୍ତାକୁ ମାଡି ଠେଲାଗାଡି କିମ୍ବା ଖୋଲା ଦୋକାନ ଗୁଡିକୁ ସଠିକ୍ ଜାଗା ନିରୂପଣ କରି ପ୍ରଦାନ କରିବା, ଅନୁଗୋଳ ପୌରାଞ୍ଚଳରେ ଅନ୍ୟାୟ ଭାବେ ପୌରବାସୀଙ୍କୁ ବିନା ନୋଟିସ୍ରେ ପୌରବାସୀଙ୍କ ଘରକୁ ଜଳସେବା ନଦେଇ ବର୍ଦ୍ଧିତ ହୋଲଡିଂ ଟାକ୍ସ ୩% ଆଦାୟ ପ୍ରତ୍ୟାହାର କରିବା ସହ ଆଦାୟ ହୋଇଥିବା ବର୍ଦ୍ଧିତ କର ଟଙ୍କା ଫେରସ୍ତ କରିବା, ପ୍ରିପେଡ ବିଦୁ୍ୟତ୍ ମିଟର ଲଗାଇବା ବନ୍ଦକରି ବିଦୁ୍ୟତ୍ର ଘରୋଇକରଣ ବନ୍ଦକରି ଗ୍ରାହକ ଶୋଷଣ ବନ୍ଦ କରିବା ଆଦି ଦାବିରେ ଗୋପବନ୍ଧୁ ପାର୍କ ଠାରୁ ଏକ ଶୋଭାଯାତ୍ରାରେ ଶତାଧିକ ପୌରବାସୀ ବଜାର ପରିକ୍ରମା କରି ପୌରପାଳିକା କାର୍ଯ୍ୟାଳୟ ଠାରେ ପହଞ୍ଚô ବିକ୍ଷୋଭ ସଭା ଅନୁଷ୍ଠିତ ହେବା ସହିତ ପୌର କାର୍ଯ୍ୟାଳୟକୁ ଦୀର୍ଘସମୟ ଧରି ଘେରାଓ କରି ଇଖାଯାଇଥିଲା । ଏହି ବିକ୍ଷୋଭ ସଭାକୁ ପରି·ଳନା କରିଥିଲେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ସାହୁ । ଆଞ୍ଚଳିକ କମିଟି ସଭ୍ୟ ଜ୍ୟୋତ୍ସ୍ନା ସାମଲ ଓ ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳୀରେ ଯାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ ୱାର୍ଡର ଏବଂ ପୌରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଦାବିଗୁଡିକୁ ନେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ କାର୍ଯ୍ୟ ଶେଷ ହୋଇଥିଲା । ଏହି ବିକ୍ଷୋଭରେ ଜେନାମଣି ପ୍ରଶାନ୍ତ କୁମାର ରାଉତରାୟ, ନବକିଶୋର ମହାପାତ୍ର, ମନୋରମା ନାୟକ, ସନ୍ତୋଷିନୀ ଅମାନ୍ତ, ଶୁଶିଳା ଦେ, ଲଳିତା ନାଏକ, କାମିନୀ ଓଝା, ପ୍ରମିଳା ମହାପାତ୍ର, ପ୍ରତିମା ପରିଡା, ସୁବାସିନି ବାରିକ, ବନିତା ପ୍ରଧାନ, ଲକ୍ଷ୍ମୀ ଭୋଇ ପ୍ରଭୃତି ସହଯୋଗ କରିଥିଲେ ।

ସେହିପରି ଅନୁଗୁଳ ବ୍ଲକ ଅଫିସ୍ ସମ୍ମୁଖରେ ମଧ୍ୟ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ପକ୍ଷରୁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ହାତୀ ଏବଂ ବନ୍ୟଜନ୍ତୁଙ୍କ ଆକ୍ରମଣରୁ ଧନ ଓ ଜୀବନ ରକ୍ଷା ପାଇଁ ସ୍ଥାୟୀ ସମାଧାନ କରିବା, ହାତୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କୁ ୨୦ଲକ୍ଷ ଟଙ୍କା ଏବଂ ନଷ୍ଟ କରିଥିବା ଫସଲର ଏକର ପ୍ରତି ୧ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଭରଣପୋଷଣ ପାଇଁ ଜଣଙ୍କୁ କର୍ମ ନିଯୁକ୍ତି ଦେବା, ପ୍ରସ୍ତାବିତ ଜଳସେଚନ ଯୋଜନା ହିଡିସିଙ୍ଗ, ଢ଼ୋଲଢ଼ୁମୁରି, କାଣିଘାଇ, ରୁକୁଣା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଅଭୟାରଣ୍ୟର ଜନସାଧାରଣଙ୍କୁ ଉପଯୁକ୍ତ ଥଇଥାନ ବିନା ବିସ୍ଥାପନ ବନ୍ଦ କରିବା, ବନ୍ଦ ଥିବା ବିଦ୍ୟାଳୟଗୁଡିକ ଖୋଲାଯାଉ ଏବଂ କାର୍ଯ୍ୟରେ ଯୋଗଦାନ ଦିନରୁ ଶିକ୍ଷକ ଓ ଅଧ୍ୟାପକ ମାନଙ୍କୁ ସ୍ଥାୟୀ ଭାବରେ ଗଣ୍ୟ କରି ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଦାବିକୁ ମାନି ନିଆଯାଉ । ଜାତୀୟ ଶିକ୍ଷା ନୀତି – ୨୦୨୦କୁ ବାତିଲ କରିବା, ଚକ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ କରିବା, ବ୍ଲକରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବା, ଯୁଦ୍ଧକାଳୀନ ଭିତ୍ତିରେ ଜାତୀୟ ରାଜପଥ ୫୫ନଂ. ପ୍ରଶସ୍ତିକରଣ କାର୍ଯ୍ୟ ଶେଷକରି ବଅଁରପାଳ ଠାରୁ ପଞ୍ଚମହଲା ପର୍ଯ୍ୟନ୍ତ ଅନୁଗୋଳ ମଧ୍ୟରେ ଯାଇଥିବା ରାସ୍ତାର ମରାମତି କରିବା, ଅନୁଗୁଳ ବ୍ଲକରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ଓ ନର୍ସ ନିଯୁକ୍ତି କରି ସ୍ୱାସ୍ଥ୍ୟସେବା ଯୋଗାଇଦେବା, ପାଚିକା ଓ ସହାୟିକା ସମେତ ସମସ୍ତ ସ୍କିମ୍ ୱାର୍କରମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ପ୍ରଦାନ କରିବା, ବିଦ୍ୟୁତ ସେବାର ଘରୋଇକରଣ ବାତିଲ କରି ଘନଘନ ବିଦ୍ୟୁତ କାଟ ବନ୍ଦ ସହ ପ୍ରିପେଡ ସ୍ମାର୍ଟ ମିଟର ବନ୍ଦ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦରବୃଦ୍ଧି ବନ୍ଦ କରିବା, ମଦ, ମାଦକ ଦ୍ରବ୍ୟର ପ୍ରଚାର ପ୍ରସାରକୁ ସମ୍ପୂର୍ଣ ନିଷିଦ୍ଧ କରିବା ଦାବିରେ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚô ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ସଭାକୁ ପରି·ଳନା କରିଥିଲେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟା ମନେ୍ଦାଦରୀ ରାଉଳ । ଜିଲ୍ଲା କମିଟି ସଭ୍ୟ ସଞ୍ଜୟ ସାହୁ, ଆଞ୍ଚଳିକ କମିଟି ସଭ୍ୟ ବିଷ୍ଣୁ ସାହୁ, ନାରାୟଣ ନାୟକ, ମଳୟ ବେହେରା ପ୍ରମୁଖ ବିକ୍ଷୋଭ ସଭାରେ ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଏକ ପ୍ରତିନିଧି ଦଳରେ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ଦାବିଗୁଡିକୁ ନେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ କାର୍ଯ୍ୟ ଶେଷ ହୋଇଥିଲା । ଏଥିରେ ଉଦୟ ଭୋଇ, ଶାଶ୍ୱତ ସାହୁ, ଆଶିଶ ସାହୁ, ସୁରେନ ସାହୁ, ବେଣୁଧର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *