ଅନୁଗୋଳ(ସୁବ୍ରତ ପଟ୍ଟନାୟକ) : ଆଜି ନାଲକୋ ନଗର ଠାରେ ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶାଙ୍କ ଶେଖର ସାମଲ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲାର ଆଠ ଗୋଟି ବ୍ଲକ ର ସମସ୍ତ ୱେବ ମିଡିଆ ବନ୍ଧୁମାନଙ୍କ ନେଇ ଏପ୍ରିଲ ମାସ ୨୩ ତାରିଖ ଦିନ ଏକ ମହାସଂଘ ଗଠନ କରାଯାଇଥିଲା ଓ ଏହାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଇ ମାସ ୧ ତାରିଖ ଦିନ ହୋଇଥିଲା ସେହିପରି ଏହି ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଅର୍ଥାତ ଜୁନ ମାସ ୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଜିଲ୍ଲା ସ୍ତରୀୟ ର କର୍ମକର୍ତ୍ତା ଚୟନ କରାଯାଇଥିଲା କିନ୍ତୁ ଆଇନ ପରାମର୍ଶ ନେଇ ଏହି ପଦାଧିକାରୀ ଚୟନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ନୂତନ ଗଠିତ କମିଟିରେ ସଭାପତି ଭାବରେ ଶଶାଙ୍କ ଶେଖର ସାମଲ , ସାଧାରଣ ସମ୍ପାଦକ ଭାବେ ବିଭୁତି ଭୂଷଣ ପ୍ରଧାନ , ସମ୍ପାଦକ ଭାବେ ତିନି ଜଣଙ୍କୁ ଚୟନ କରାଯାଇଛି ସେମାନେ ହେଲେ – ଅଜିତ କୁମାର ଖୁଣ୍ଟିଆ , ରୁଦ୍ର ମୋହନ ସାହୁ , ସିପୁନ ସାହୁ ,, କାର୍ଯ୍ୟକାରୀ ସଭାପତି ଭାବେ ଦୁଇ ଜଣ ଙ୍କୁ ଚୟନ କରାଯାଇଛି ସେମାନେ ହେଲେ -ଭିକାରୀ ନାଏକ , ବଳଭଦ୍ର ନାଏକ,, ଉପ ସଭାପତି ଭାବେ ତିନି ଜଣଙ୍କୁ ଚୟନ କରାଯାଇଛି ସେମାନେ ହେଲେ – ଦିଲ୍ଲୀପ କୁମାର ନାଏକ , ସୁଶାନ୍ତ କୁମାର ସାମଲ , ଶିବ ପ୍ରସାଦ ବେହେରା ,, କୋଷାଧ୍ୟକ୍ଷ ଭାବରେ ପ୍ରେମାନନ୍ଦ ନାଏକ , କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଭାବରେ – ନିହାର ରଞ୍ଜନ ପଟ୍ଟନାୟକ , ଉପଦେଷ୍ଟା ଭାବରେ – ରାକେଶ କୁମାର ସାମଲ , ଆଇନଜୀବୀ ବସନ୍ତ କୁମାର ପଟ୍ଟନାୟକ , ଚନ୍ଦ୍ର ଶେଖର ସାହୁ , IT ସେଲ ମୁଖ୍ୟ ଭାବରେ – ନିପୁ ଭୁତିଆ , ସମୀର ସାହୁ , ସାଂଗଠନିକ ସମ୍ପାଦକ ଭାବରେ – ରାଜ କିଶୋର ଭୁତିଆ , କୈଳାସ ଚନ୍ଦ୍ର ପଦୀଲୀ , ନିହାର ରଞ୍ଜନ ପଟ୍ଟନାୟକ ଙ୍କ ନାମ କୁ ଘୋଷଣା କରାଯାଇଥିଲା । ଶେଷରେ ସତ୍ୟ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରି ବୈଠକକୁ ସମାପନ କଲେ । ଏହି ବୈଠକରେ ଆୟୋଜନ କରିବାରେ ସୁଧାକର ସାହୁ, ଜିତେନ ସାହୁ, ରତି ରଞ୍ଜନ ସ୍ବାଇଁ, ବାଦଲ ନାଏକ, ଶଂସାଙ୍କ ସାହୁ, ମଦନ ସାହୁ , ଚୈତନ୍ୟ ସାହୁ, ସୁମନ୍ତ ଦଳ ବେହେରା ପ୍ରମୁଖ ସହଯୋଗ କରିଥିଲେ । ତେବେ ଏହି ମହାସଂଘରେ ବିଧିବଦ୍ଧ ଭାବରେ ୭୬ ଜଣ ସଦସ୍ୟ ହେଲେ । ପ୍ରକାଶ ଥାଉକି ଆଠଟି ବ୍ଲକର ୭୦ ଜଣ ୱେବ୍ ମିଡ଼ିଆ ବନ୍ଧୁ ଉପସ୍ଥିତ ଥିଲେ ।