ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତରେ ଗତ କିଛି ଦିନ ହେଲା ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳିଛି। ଦିନ ସାରା ରଙ୍କାସିଙ୍ଗା ଜଙ୍ଗଲ ରେ ରହୁଥିବା ହାତୀପଲ ରାତି ହେଲେ ଜନବସତି ମୁହାଁ ହେଉଛନ୍ତି । ବିଶେଷ ଭାବେ ଖାଦ୍ୟ ଅନ୍ୱେଷଣ ରେ ଏହି ହାତୀ ପଲ ମାନେ ଗାଁ ରେ ପ୍ରବେଶ କରି ଉଭୟ ଚାଷ ଓ ବାସ କୁ ବ୍ୟାପକ କ୍ଷତି କରୁଛନ୍ତି ।ଫଳରେ ଅନେକ ସମୟରେ ଗ୍ରାମବାସୀ ମାନେ ଭୟ ର ବାତା ବରଣ ଭିତରେ ରହୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଗତ କାଲି ରାତି ପ୍ରାୟ ୧୨ ରୁ ୧ ଘଟିକା ମଧ୍ୟରେ ହାତୀପଲ କଲଣ୍ଡାପାଳ ଗ୍ରାମରେ ଉପଦ୍ରଵ କରିବା ଗ୍ରାମର ବନମାଳୀ ଘଟ ଙ୍କ ଚାଳ ଛପର ଘର ଭାଙ୍ଗି ଦେଇଛନ୍ତି। ବାଡ଼ି ପଟ ରେ ଥିବା କଦଳୀ ବଗିଚା କୁ ମଧ୍ୟ ନଷ୍ଟ କରିଛନ୍ତି ।ଏଭଳି ପରିସ୍ଥିତିରେ ଜୀବନ ବଞ୍ଚାଇବାକୁ ଯାଇ ପଡ଼ୋଶୀଙ୍କ ଛାତ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ବନ ବିଭାଗ ରାତିରେ ପହଁଚି ହାତୀମାନଙ୍କ ପ୍ରତି ନଜର ରଖିଥିବା ବେଳେ ସକାଳ ସୁଦ୍ଧା ହାତୀ ପଲ ଗାଁ ଛାଡି ନ ଥିବା କୁହାଯାଉଛି ।