Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେବଳ ପାରମ୍ପରିକ କୃଷି ନୁହେଁ ବରଂ ସୁଗନ୍ଧଯୁକ୍ତ ଓ ଓଶଧିୟ ବୃକ୍ଷ ର ଚାଷ କଲେ ଚାଷୀ ଅନୁରୂପ ଭାବେ ହେବେ ଲାଭାନ୍ବିତ । ଏନେଇ ଚାଷୀ ମାନକୁ ନେଇ ଆୟୋଜିତ ହୋଇଛି କର୍ମଶାଳା । ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ପିଏମଆଇଟି ପରିସରରେ ଆସିଏର , ବା ଏଗ୍ରିକଲଚର ଟେକ୍ନୋଲୋଜି ଆପ ଲିକେସନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କଲକୋତା ପକ୍ଷରୁ ଆୟୋଜିତ ଏହି ସମାବେଶ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ବିକାଶ ଫାଉଣ୍ଡେସନ ର ଅଧକ୍ଷା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ।କାର୍ଯ୍ୟକ୍ରମ ର ଉଦେଶ୍ୟ ଥିଲା ସୁଗନ୍ଧି ଓ ଔଷଧିୟ ବୃକ୍ଷ ଚାଷ କରି କିଭଳି ଚାଷୀ ହୋଇପାରିବେ ସ୍ୱାବଲମ୍ବୀ । ଯାହା ଏବେ ଚାଷୀ ଙ୍କ ଦ୍ଵାରା ଆଦୃତ ହେଉଥିବା ବେଳେ ଏହାକୁ ଅଧିକ ରୁ କ୍ରିୟାନିୟୁନ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା କୁହାଯାଇଛି । କାର୍ଯ୍ୟକ୍ରମ ରେ ଅନୁଗୁଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲା ର ଅନେକ ଚାଷୀ ଯୋଗ ଦେବା ସହ ପ୍ରାୟ ୩୦ ଟି ଜିଲ୍ଲା ର କୃଷି ବୈଜ୍ଞାନିକଙ୍କ ସମେତ ଓୟୁଏଟି ଓ ଆସିଏର ର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ନିମନ୍ତିତ ଅତିଥି ଓ କୃଷି ବଜ୍ଞାନିକ ମାନେ ଏହି ଅ ଅସରରେ ଉପସ୍ଥିତ କୃଷକ ସମୂହ ଙ୍କୁ ସମ୍ପୃକ୍ତ ଚାଷ ପ୍ରଣାଣୀ ଓ ଏହାର ଉପାଦେୟତା ଉପରେ ବୁଝାଇଥିଲେ ।କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଉଭୟ କୃଷି ବ୍ୟଜ୍ଞନିକ ଓ ଚାଷୀ ମାନଙ୍କ ଭିତରେ ସୁଗନ୍ଧ ଓ ଔଷଧିୟ ବୃକ୍ଷ ଉପରେ ମତ ବିନିମୟ ହୋଇଥିଲା । ପରେ ପରେ କୃଷକ ଓ ଆୟୁର୍ବେଦ ବିଶେଷଜ୍ଞ ଙ୍କୁ ଆୟୋଜକ ଙ୍କୁ ସଂମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *