ଅନୁଗୋଳ: ଚଳିତ ବର୍ଷ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୭୫ ଭାଗ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି । ବାରମ୍ବାର ଏନେଇ ସରକାରୀ କଳ ର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ କିଶୋରନଗର ବ୍ଲକ କାର୍ଯ୍ୟଳୟ କୁ ଘେରିବା ସହ ତୁରନ୍ତ ସମ୍ପୂର୍ଣ୍ଣ କିଶୋରନଗର ବ୍ଲକ କୁ ମରୁଡି ଘୋଷଣା ସହ ଚାଷୀ ମାନଙ୍କ କୃଷି ଋଣ ଛାଡ ତଥା ତୁରନ୍ତ ଚାଷୀ ମାନଙ୍କୁ ପ୍ରଯ୍ୟାପ୍ତ ପରିମାଣ ର କୃଷି ଋଣ ଦାବି କରିଛି ବିଜେପି । ନିକଟରେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ର ପୂର୍ବତନ ବିଧାୟକ ସଂଜୀବ ସାହୁ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବ୍ଲକ କାର୍ଯ୍ୟଳୟ ରେ ବିକ୍ଷୋଭ ପ୍ରଦର୍ଶନ ଏହି କ୍ରମରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟ ରେ 12 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଥିଲା । ତେବେ ପୂର୍ବରୁ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବିଡ଼ିଓ ଙ୍କୁ ଅବଗତ ସତ୍ୱେ ସେ କାର୍ଯ୍ୟଳୟ ରେ ନରହିବା ଓ ସ୍ମାରକପତ୍ର ଗ୍ରହଣ କରିବାକୁ ଆସିଥିବା ଅତିରିକ୍ତ ବିଡ଼ିଓ ଆନ୍ଦୋଳନକାରୀ ଙ୍କ ପ୍ରଶ୍ନ ର ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ କିଛି ସମୟ ପାଇଁ ସେଠାରେ ଉତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା ।