ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଣୀ ଗୋଡା ଶାଖା ଡାକ ଘର ପ୍ରାଙ୍ଗଣ ରେ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ ଅଧ୍ୟକ୍ଷକ ଢେଙ୍କାନାଳ ମଣ୍ଡଳର ଜଗଦିଶ ଦାସ ଙ୍କ ଅଧ୍ୟକ୍ଷତାରେ ଏହି ଡାକ ମେଳା ଅନୁଷ୍ଠିତ ହୋଇଥିଲା। ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାପଜ ପାଣି, ଗ୍ରାମ ସଭାପତି ରମେଶ ଚନ୍ଦ୍ର ସାହୁ, ଅନୁଗୋଳ ଶାଖା ର IPPB ମ୍ୟାନେଜର ସୁଜିତ୍ ନନ୍ଦ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜଗନ୍ନାଥ ସେନାପତି, ସହ ଅଧିକ୍ଷକ ଅନୁଗୋଳ ପୂର୍ବ ଉପମଣ୍ଡଳ ଟିକନ କୁମାର ଦେବତା, PTC ଉପ ଡାକ ପାଳ ଗୋପିନାଥ କର, ଅନୁଗୋଳ ମୁଖ୍ୟ ଡାକ ଘରର ଡାକ ପାଳ ମମତା ପଣ୍ଡା ଯୋଗ ଦେଇଥିଲେ। ଶାଖା ଡାକ ପାଳ ଶୁଭଙ୍କର ସାହୁ ସମ୍ମାନୀୟ ଅତିଥି ଙ୍କୁ ସ୍ଵାଗତ ଭାଷଣ ଦେଇ ସ୍ଵାଗତ କରିଥିଲେ। ଏହି ସଭା କୁ ସହ ଅଧିକ୍ଷକ ଶ୍ରୀ ଦେବତା ପରିଚାଳନା କରିଥିଲେ। ବିଭିନ୍ନ୍ ବର୍ଗର ଶାଖା ଡାକା ପାଳ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରଷ୍କାର ପ୍ରଦାନ କରାଯାଇ ସମ୍ମାନିତ କରିଥିଲେ। ଶ୍ରୀ ଦେବତା ଡାକ ମେଳାର ଲକ୍ଷ୍ୟ ଏବଂ ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ଡାକ ଅଧିକ୍ଷକ ଢେଙ୍କାନାଳ ଡାକ ବିଭାଗର ବିଭିନ୍ନ୍ ଲାଭ ଜନିତ ସେବା ଗୁଡିକ କିପରି ଲୋକମାନେ ସୁବିଧା ଏବଂ ସହଜରେ ପାଇଁ ପାରିବେ ସେ ବିଷୟ ବୁଝାଇ ଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନେ ମଧ୍ୟ ଡାକ ବିଭାଗ ର ବିଭିନ୍ନ ସେବା ଗୁଡିକ ଉଚ୍ଚ ପ୍ରଶଂସା କରିବା ସହ କିପରି ଅଧିକରୁ ଅଧିକ ଲୋକାଭିମୁଖୀ ହୋଇ ପାରିବ ସେ ଉପରେ ବକ୍ତବ୍ୟ ରଖିଥିଲେ। ଏହି ମେଳାରେ ବିଭିନ୍ନ ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ମିଶନ ଶକ୍ତି ସଦସ୍ୟ, ବରିଷ୍ଠ ନାଗରିକ, ସ୍ଥାନୀୟ ଜନ ସାଧାରଣ ଙ୍କ ସହିତ ସ୍ଥାନୀୟ ସମସ୍ତ ଗ୍ରାମ ଶାଖା କର୍ମଚାରୀ ଙ୍କ ସହ ପ୍ରାୟ ୧୨୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ମେଳା ରେ ଛୋଟ ପିଲା ଙ୍କର ଆଧାର, ଆଧାର ସହ ମୋବାଇଲ ର ସଂଯୋଗୀ କରଣ ସହ ବିଭିନ୍ନ ନୂଆ ସଞ୍ଚୟ ଖାତା ଓ ବୀମା କରାଯାଇଥିଲା। ଶେଷରେ ରାଣୀ ଗୋଡା ଶାଖା ଡ଼ାକ ପାଳ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।