ତାଳଚେର(ସୁବ୍ରତ ପଟ୍ଟନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଙ୍କ ଆଠ ବର୍ଷ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ରେ ସୋମବାର ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଂଚାୟତ ର ଚିତ୍ତଲପୁର ଠାରେ ଏକ ବିରାଟ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଇତିଶ୍ରୀ ସେନାପତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମାବେଶ ରେ ବିଜେପି ରାଜ୍ୟ କାଳନ୍ଦୀ ସାମଲ ଯୋଗ ଦେଇ ମୋଦୀ ସରକାର ମହିଳା ମାନଙ୍କ ପାଇଁ ସମର୍ପିତ, ମହିଳା ଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଠାରୁ ଆରମ୍ଭ କରି, ଉଜ୍ଜଳା ଯୋଜନାରେ ଗ୍ୟାସ,ସ୍ୱଚ୍ଛ ଭାରତ ଯୋଜନା ରେ ପାଇଖାନା ନିର୍ମାଣ,ଜନ ଧନ ଯୋଜନା ରେ ବ୍ୟାଙ୍କ ଖାତା ଖୋଲିବା,ବେଟି ବଚାଓ ବେଟି ପଢ଼ାଓ, ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାତୃ ବନ୍ଦନା ଯୋଜନା, ପ୍ରସୂତି ମହିଳା କର୍ମଚାରୀ ଙ୍କ ପାଇଁ ଛଅ ମାସ ଛୁଟି, ଆୟୁଷ୍ମାନ ଯୋଜନା ରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା,ଦିନଦୟାଲ ଅନ୍ତୋର୍ଦ୍ୱୟ ଯୋଜନା,ହର ଘର ନଲ ପେ ଜଲ ଯୋଜନା ରେ ସବୁ ଘରକୁ ପାଣି,ଜାତୀୟ ଜୀବିକା ମିଶନ ଯୋଜନା ରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିନା ଗ୍ୟାରେଣ୍ଟି ରେ କୋଡିଏ ଲକ୍ଷ ପର୍ଯ୍ୟନ୍ତ ଋଣ ଆଦି ବହୁବିଦ୍ଧ ଉର୍ନତି ପାଇଁ ଯୋଜନା ମାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ | ମୋଦୀ ସରକାର ଙ୍କର ଆତ୍ମନିର୍ଭର ଭାରତ ରେ ମହିଳା ଭୂମିକା ଗୁରୁତ୍ୱପୂର୍ଣ ବୋଲି ସେ ପ୍ରକାଶ କରିଥିଲେ | ମୋଦୀ ସରକାର ତଥା ବିକାଶ ପୁରୁଷ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ର ବିକାଶ ପାଇଁ ଭରପୁର ସହାୟତା ଦେଉଛନ୍ତି ସାର କାରଖାନା ପାଇଁ ତେର ହଜାର କୋଟି ଟଙ୍କା, ଥର୍ମାଲ ପ୍ଲାଣ୍ଟ ପାଇଁ ଦଶ ହଜାର କୋଟି ଟଙ୍କା, ମେଡିକାଲ କଲେଜ ପାଇଁ ପାଞ୍ଚ ଶହ କୋଟି ଟଙ୍କା, କୋଇଲା ଖଣିରେ ଦୁର୍ଘଟଣାରେ ମୃତାହତ ହେଲେ ପନ୍ଦର ଲକ୍ଷ ଟଙ୍କା,ଡ଼ିଏଭି ସ୍କୁଲ ପ୍ରତିଷ୍ଠା କରିବା ସହ ସିଟ ବଢ଼ାଇବା,ତାଳଚେର ରେ ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା, ଡ଼ିଏମଏଫ ଫଣ୍ଡ ଓ ସି ଏସ ଆର ଫଣ୍ଡ ରେ ବାର୍ଷିକ ହଜାରେ କୋଟି ରୁ ଉର୍ଦ୍ଧ ଟଙ୍କା, କିନ୍ତୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ତାଳଚେର ପାଇଁ ଟଙ୍କାଟିଏ ଖର୍ଚ୍ଚ କରି ନାହାଁନ୍ତି,କିନ୍ତୁ ମୋଦୀ ସରକାର ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ବିକାଶ ରେ ସହାୟକ ହୁଅନ୍ତୁ, ବାଧକ ନ ସାଜନ୍ତୁ ବୋଲି ପ୍ରକାଶ କରିଥିଲେ |ବରିଷ୍ଠ ନେତା ଯଯାତି ପଟ୍ଟନାୟକ କେନ୍ଦ୍ର ସରକାର ଙ୍କର ସମସ୍ତ ଲୋକାଭିମୁଖୀ ଯୋଜନା ଓ ଧର୍ମେନ୍ଦ୍ର ପ୍ରଧାନ ଙ୍କ ତାଳଚେର ପାଇଁ ଅବଦାନ ଉପରେ ଆଲୋକପାତ କରିଥିଲେ |ବିଜେପି ନେତା ତଥା ପ୍ରାକ୍ତନ ସରପଞ୍ଚ ବିରଞ୍ଚି ସାହୁ ମୋଦୀ ଙ୍କ ଆଠ ବର୍ଷ ଶାସନରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଉପରେ ସଚେତନ କରାଇଥିଲେ |ଜିଲ୍ଲା ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ୍ ଯୋଗ ଦେଇ ମୋଦୀ ସରକାର ମହିଳା ଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ରେ ମହିଳା ବିରୋଧୀ ସରକାର ଚାଲିଛି ଦିନକୁ ଦିନ ମହିଳା ଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ବୋଲି ପ୍ରକାଶ କରିଥିଲେ |ମହିଳା ମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ସଂଯୁକ୍ତା ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜସ୍ମିନ ପ୍ରଧାନ ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ର ପଦାଧିକାରୀ ମୃଣାଳିନୀ ପଟ୍ଟନାୟକ, ସୁଫଳା ପୃଷ୍ଟି, ମିଲି ପ୍ରଧାନ,ଶୋଭାଗିନୀ ପ୍ରଧାନ, କାଉନସିଲର ଅନିତା ବିଶ୍ୱାଳ, ଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ମଂଚାସୀନ ଥିଲେ |ଏହି ସମାବେଶ ରେ ଶତାଧିକ ମହିଳା ଙ୍କ ସମେତ ମହିଳା ମୋର୍ଚ୍ଚା ର ପଦାଧିକାରୀ ଙ୍କ ସହ ବରିଷ୍ଠ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ |