ଢେଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବିରାଶାଳ ଏୟାରଷ୍ଟ୍ରିପସରେ ପ୍ଲେନ କ୍ରାସ ହୋଇଛି । ଫଳରେ ଜଣେ ଟ୍ରେନି ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁତର ଟ୍ରେନି ପାଇଲଟ ଜଣଙ୍କ ମହାରାଷ୍ଟ୍ରର କିରଣ ମଲ୍ଲିକ । ପ୍ରଶିକ୍ଷଣ ନେଉଥିବା ବେଳେ ଅଘଟଣ ଘଟିଛି । ପ୍ଲେନଟି ଅବତରଣ ବେଳେ ହଠାତ କ୍ରାସ ହୋଇଥିଲା । ପ୍ରାୟ ୧୫ ରୁ ୨୦ ଫୁଟ ଉଚ୍ଚତାରୁ ଖସି ପଡିଥିବା ସୂଚନା । ଗୁରୁତର ଟ୍ରେନି ପାଇଲଟ ଜଣଙ୍କୁ ସ୍ଥାନୀୟ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ ପରେ କାମାକ୍ଷା ନଗର ଚିକ୍ଷିତ୍ସାଳୟ କୁ ପଠା ଯାଇଛି । ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ କ୍ରାସ ହୋଇଥିବା ବିମାନଟି ପୃଥିବୀର ଲାଟେଷ୍ଟ ଟେକ୍ନୋଲୋଜିରେ ନିର୍ମିତ । ଯାହାର ମଡେଲ ହେଉଛି VT-EUW (ଭିଟି ଇୟୁଡବ୍ଲ୍ୟୁ) । କେଉଁ କାରଣରୁ ପ୍ଲେନଟି କ୍ରାସ ହୋଇଛି ଜଣାପଡିନାହିଁ । ତେବେ ଯାନ୍ତ୍ରିକ ତ୍ରୁଟି ଜନିତ କାରଣରୁ ଏପରି ଅଘଟଣ ହୋଇଥିବା ସନ୍ଦେହ କରାଯାଉଛି ।ଏ ନେଇ ପ୍ରଶିକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।