Spread the love

ଅନୁଗୁଳ(ସୁବ୍ରତ ପଟ୍ଟନାୟକ ): ୧୯୪୭ ମସିହାରେ ହୋଇଥିବା ବିଭାଜନ ସମୟରେ ଲକ୍ଷ ଲକ୍ଷ ଭାରତୀୟ ଙ୍କ କଷ୍ଟ ଓ ବଳିଦାନ କୁ ସ୍ମରଣ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ଅନୁଗୁଳ ଠାରେ ବିଭାଜନ ଭୟାବହ ସ୍ମୃତି ଦିବସ ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ପ୍ରଦର୍ଶନୀ ରେ ବିଭିନ୍ନ ଦେଶପ୍ରେମୀ ଙ୍କ ବଳିଦାନ କୁ ଦର୍ଶାଇବା ପାଇଁ ମୋଟ ୧୦୪ ଟି ସନବୋର୍ଡ ରହିଥିଲା । ଏହାସହ ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମନୋବଳ ଦୃଢ଼ କରିବା ପାଇଁ ଦେଶଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଡ ଶାନ୍ତନୁ କୁମାର ସର ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ଗୟାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ତଥା ଦେଶ ନିମନ୍ତେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇ ଥାଏ ବୋଲି କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *