ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ବଅଁରପାଳ ବ୍ଲକର ଗଡ଼ସନ୍ତ୍ରୀ ଗ୍ରାମ ପଞ୍ଚାୟତ, ଅନୁଗୋଳ ବ୍ଲକର ବଡ଼କେରା ପଞ୍ଚାୟତ ଓ ଅନୁଗୋଳ ପୌରପାଳିକାର ୱାର୍ଡ ନଂ ୧ ଓ ୱାର୍ଡ ୧୭ ଠାରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱ ଓ ତତ୍ୱବାଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ବଅଁରପାଳ ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ , ଅନୁଗୋଳ ବ୍ଲକ ବିଜେଡି ସଭାପତି ଶ୍ରୀ ସରୋଜ ନାରାୟଣ ସାହୁ, ଅନୁଗୋଳ ପୌରପାଳିକା ବିଜେଡି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମୀରା ଗଡ଼ନାୟକ, ଗୋପାଳ ଚନ୍ଦ୍ର ନାଏକ, ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ ସରପଞ୍ଚ, ସମିତି ସଭ୍ୟ ଓ ବିପୁଳ ପରିମାଣରେ ଗ୍ରାମବାସୀ ଉପସ୍ଥିତ ଥିଲେ।