Spread the love

ଅନୁଗୋଳ: ଗୁରୁବାର ଦିନ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ବିଜୁ ଯୁବ ଜନତା ଦଳ ତରଫରୁ ଟିକରପଡା ଗ୍ରାମର ୨ଟି ଓ୍ବାର୍ଡରେ ଅସହାୟ ଲୋକ ଓ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ( ୧.୫ କୁଇଣ୍ଟାଲ ଚୁଡା , ୫୦ କିଲୋ ଗୁଡ , ବିସ୍କୁଟ ) ଓ କ୍ୟାଣ୍ଡେଲ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ସାହୁ ଓ ଓ୍ବାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ଉଦେଶ୍ୟରେ ଏହି ସାମଗ୍ରୀ ବଣ୍ଟନ କରାଯାଇଥିଲା। ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଅମିତ କୁମାର ଦାସ, ପ୍ରକାଶ ଭୋଇ, ମନୋରଞ୍ଜନ ତ୍ରୀପାଠୀ, ରାକେଶ ପ୍ରଧାନ, ଚଉବନ ସାହୁ, ମୃତ୍ୟୁଞ୍ଜୟ ସାହୁ ଓ ପ୍ରଦ୍ୟୁମ୍ନ ପ୍ରଧାନ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *