Spread the love

ବଅଁରପାଳ (ସୁବ୍ରତ ପଟ୍ଟନାୟକ): ବଅଁରପାଳ ବ୍ଲକ ଅନ୍ତର୍ଗତ ସ୍ମେଲଟର୍ ମୁଣ୍ଡା ହଟିଙ୍ଗ୍ ବିଦ୍ୟାଳୟ ରେ ଏଫ୍. ଏଲ. ଏନ୍ କର୍ଣ୍ଣର ଉଦଘାଟିତ ହୋଇ ଯାଇଛି। ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବାନନ୍ଦ ଖୁଣ୍ଟିଆ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ଶୈଖିକ ସଂଯୋଜକ ମନୋରଞ୍ଜନ ସାହୁ, ଜିଲ୍ଲା ଟ୍ରାଇବାଲ କୋଅର୍ଡିନେଟର ମନୋଜ କୁମାର ସ୍ୱାଇଁ, ଜିଲ୍ଲା ଯୋଜନା ସଂଯୋଜକ ଅଶ୍ୱନୀ କୁମାର ବାରିକ, ଉପସ୍ଥିତ ରହି ଏହି ଶିକ୍ଷଣ ସମାଗ୍ରୀ କୋଣ କୁ ଉଦଘାଟନ କରିଥିଲେ। ରାଜ୍ୟ ଗଣ ଶିକ୍ଷା ବିଭାଗ ର ଆହ୍ଵାନ କ୍ରମେ ମୌଳିକ ସଂଖ୍ଯା ଜ୍ଞାନ ଓ ଭାଷା ରେ ପିଲାଙ୍କ ଦକ୍ଷତା ଓ ଶିକ୍ଷଣ ଫଳାଫଳ ହାସଲ ପାଇଁ କାଣ୍ଡସର କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦିବାକର ନାଥ ଓ ପୂର୍ବତନ ରାଜ୍ୟ ସାଧନ କର୍ମୀ ପ୍ରଦୀପ୍ତ କୁମାର ମାଝୀ ଙ୍କ ମାର୍ଗ ଦର୍ଶନ ରେ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପିଲା ମାନଙ୍କ ପାଇଁ ଅନେକ ପ୍ରକାର ଶିକ୍ଷଣ ସମାଗ୍ରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତି ହୋଇ ଏ ଗୁଡିକୁ ସଜାଡି ରଖା ଯାଉଛି। ପ୍ରତିଦିନ ଶିକ୍ଷା ଦାନ ବେଳେ ଗଣିତ ଭାଷା ଓ ପରିବେଶ ବିଷୟ ସମ୍ପର୍କିତ ଅଧ୍ୟାୟ କୁ ଏହି ଶିକ୍ଷଣ ସମାଗ୍ରୀ ଗୁଡିକୁ ବ୍ୟବହାର କରି ପଢାଇଲେ ପିଲାଏ ନିଶ୍ଚୟ ଶିକ୍ଷଣ ଦକ୍ଷତା ହାସଲ କରି ପାରିବେ ବୋଲି ସମସ୍ତ ଅତିଥି ଓ ମୁଖ୍ୟ ଅତିଥି ଉପଲବ୍ଧି କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅରବିନ୍ଦ ସମ୍ଭୁତା ପଟ୍ଟନାୟକ, ଇଲା ପଟ୍ଟନାୟକ, ରଞ୍ଜିତା ଦାସ, ସାବିତ୍ରୀ ରାଉତ, ସୁଜାତା ନାଥ, ବୁଧୁରାମ ମୁର୍ମୁ, ସୌଦାମିନି ସାହୁ, ଇତିଶ୍ରୀ ଦାସ ପ୍ରମୁଖ ଙ୍କ ପ୍ରଚେଷ୍ଟା ରେ ଏହି ମନଲାଖି ଶିକ୍ଷଣ ସମାଗ୍ରୀ ପ୍ରସ୍ତୁତି ହୋଇ ପାରିଥିବାରୁ ବ୍ଲକ ତରଫରୁ ତଥା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଭୂମିକା କୁ ପ୍ରଶଂସା କରାଯାଇଛି। ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଓ କ୍ଲଷ୍ଟର ରେ ଏହି ପରି ଶିକ୍ଷଣ କୋଣ ପ୍ରତିଷ୍ଠା କରାଗଲା ପିଲାଙ୍କ ଗୁଣାତ୍ମକ ଶିକ୍ଷାରେ ନିଶ୍ଚୟ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଏହି ଶିକ୍ଷଣ ସମାଗ୍ରୀ କୋଣ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ପାଇଁ ମାର୍ଗ ଦର୍ଶନ ଭାବେ ନିହାତି କାର୍ଯ୍ୟ କରିବ ଏହା ନିଃସନ୍ଦେହ ରେ କୁହାଯାଇପାରେ।

Leave a Reply

Your email address will not be published. Required fields are marked *