Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତରେ ୨୦୧୯ ମସିହାରୁ ଗାୟତ୍ରୀ ଟ୍ରେଡରସ ନାମକ କମ୍ପାନୀ ଚୋରାରେ ରାତି ସମୟରେ ଫାଇବର କବାଟ ନିର୍ମାଣ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କାରଖାନାରୁ ବିଷାକ୍ତ ଗ୍ୟାସ ଓ ଦୁର୍ଗନ୍ଧ ବାହାରିବା ଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ବସବାସ କରିବା ଅସମ୍ଭବ ହୋଇପଡିଛି। ଚର୍ମ ରୋଗରେ ମଧ୍ୟ ଗ୍ରାମବାସୀ ଆକ୍ରାନ୍ତ ହେଉଛନ୍ତି। ଏହି କାରଖାନା କତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ନୂଆହତା ଗ୍ରାମବାସୀ। ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଯାଥା ଶୀଘ୍ର ଘଟଣା ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଗ୍ରାମବାସୀ କହିଛନ୍ତି। ସେପଟେ ନୂଆହତା ଗ୍ରାମବାସୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ କାର୍ଯ୍ୟାଳୟ କୁ ଯାଇ ସେଠାରେ ମଧ୍ୟ ଅଭିଯୋଗ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *