ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଗୁରୁବାର ଅପରାହ୍ନରେ ଶାନ୍ତି ଅନୁ ଭୁତି ଧାମ,ବ୍ରହ୍ମାକୁମାରି ପକ୍ଷରୁ ଆତ୍ମ ନିର୍ଭର କୃଷକ ଅଭିଯାନ ୨୦୨୨ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା। ଏହି ସଭା ରେ ଅନୁଗୁଳ ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ମିନତି, ଏନଟିପିସି ଶାଖା ମୁଖ୍ୟ ଭଉଣୀ ଲଷ୍ମୀ ତାଳଚେର ଶାଖା ପକ୍ଷରୁ ହଳଧର ଏବଂ ବିଜୟ ଭାଇ ଅତିଥି ରୂପେ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ରେ ଅତିଥିମାନେ ଆସନ୍ତା ମେ ୨୩ ତାରିଖରେ ଅନୁଗୁଳ ଆଶ୍ରମ ରୁ ଆତ୍ମନିର୍ଭର କୃଷକ ଅଭିଯାନ ର ସଚେତନତା ରଥ କିଭଳି ଶୁଭା ରମ୍ଭ ହେବ ତାହା ବର୍ଣନା କରିଥିଲେ। ଏହି ସଚେତନତା ରଥ ୨୩ ତାରିଖରେ ତଳଗଡ, ତାପରଦିନ ହିନ୍ଦୋଳ ୨୫ରେ ଆଠମଲ୍ଲିକ,୨୬ ରେ ବଇଣ୍ଡ।,୨୭ ରେ ବାଗେଡ଼ିଆ,୨୮ ଓ ୨୯ ରେ ଏନଟିପିସି ଏବଂ ୩୦ ତାରିଖରେ ତାଳଚେର ଅଞ୍ଚଳ ବୁଲିବ। ଏହି କାରଣରୁ ଦେଶରେ ଏକ ସମୃଦ୍ଧ କୃଷି ବ୍ୟବସ୍ଥା ପ୍ରଚଳନ ପାଇଁ ଵ୍ରହ୍ମ।କୁମାରିଜ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।ଉଦ୍ଘାଟନୀ ସମାରୋହରେ କିଛି କୃଷକଙ୍କୁ ସମ୍ମାନିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।