Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପ୍ରାକ ନିଷ୍ପତ୍ତି ଅନୁଯାୟୀ ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ବାପା ଓ ମା ଙ୍କୁ ହରାଇଥିବା ପିଲାମାନଙ୍କୁ ପିଏମ କେୟାର ଯୋଜନା ଅଧୀନରେ ସହାୟତା ପ୍ରଦାନ କରାଯାଇଛି ।ଏହି କ୍ରମରେ ଅନୁଗୁଳ ର ଏନଆଇସି ସମ୍ବିଳନୀ କକ୍ଷରେ ଆୟୋଜିତ ଭିଡିଓ କନ୍ଫରେନସ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସହାୟତା ପ୍ରଦାନ କରିଛନ୍ତି । ଅନୁଗୁଳ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଜିଲ୍ଲା ପକ୍ଷରୁ ଚୟନ ହୋଇଥିବା ହିତାଧିକାରୀ ସ୍ନେହା ପାତ୍ର ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଚିଠି , ବ୍ୟାଙ୍କ ପାସବୁକ , ସ୍ୱାସ୍ଥ୍ୟ ବୀମା କାର୍ଡ ସମେତ କିଟ ବ୍ୟାଗ ପ୍ରଦାନ କରିଛନ୍ତି । ବାପା , ମା ଛେଉଣ୍ଡ ପିଲାମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନକାରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଏହି ଯୋଜନା ର ପ୍ରମୁଖ ଉଦେଶ୍ୟ ବୋଲି ଜଣାପଡିଛି । ଅନୁଷ୍ଠିତ ହୋଇଥିବା ଭିଡିଓ କନ୍ଫରେନସ ରେ ଏନଆଇସିର ଡିଆଇଓ ସୁବ୍ରତ କୁମାର ଚାଟ୍ରାଜି , ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଓ ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ ର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *