Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି. ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ, ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀ ଗଭୀର ଉଦ୍ବେଗରସହ ପ୍ରକାଶ କରୁଛିଯେ ସରକାରୀ ବିଦ୍ୟାଳୟଗୁଡିକରେ ସରକାରଙ୍କର ବହୁ ପ୍ର·ରିତ ମଧ୍ୟାହ୍ନ ଭୋଜନ ଯୋଜନାକୁ ଦୀର୍ଘ ୨୫ବର୍ଷ ଧରି ପାଚିକା-ସହାୟିକା ମାନେ ନିଷ୍ଠାରସହ କାର୍ଯ୍ୟକରି ସଫଳ କରିଆସୁଛନ୍ତି । ଦିନ ୧୦ଟାରୁ ୩ଟା ପର୍ଯ୍ୟନ୍ତ ପାଚିକାମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାମ ସହିତ ଅନ୍ୟାନ୍ୟ କାମ ମଧ୍ୟ କରାଯାଉଛି । ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ମଧ୍ୟ ପାଚିକା ମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା କିମ୍ବା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉନାହିଁ । ବାରମ୍ବାର ଦାବି ଆନେ୍ଦାଳନ ପରେ ପାଚିକାମାନଙ୍କୁ ମାତ୍ର ୧୪୦୦ଟଙ୍କା ପାରିଶ୍ରମିକ ଦିଆଯାଉଛି । ରାଜ୍ୟ ସରକାର ୨୦୧୮ ଜାନୁୟାରୀ ଠାରୁ ୧୦୦୦ଟଙ୍କାରୁ ୨୦୦୦ଟଙ୍କା ପାରିଶ୍ରମିକ ବୃଦ୍ଧି ପାଇଁ ଘୋଷଣା କରିଥିଲେ । ପ୍ରଥମେ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ୧୪୦୦ଟଙ୍କା ପ୍ରଦାନ କରିବେ ଏବଂ ଏପ୍ରିଲ୍ ଠାରୁ ୨୦୦୦ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ କେନ୍ଦ୍ର ସରକାର ୨୦୦୯ ମସିହା ଡିସେମ୍ବର ମାସରୁ ପାଚିକାମାନଙ୍କ ପାରିଶ୍ରମିକ ୧୦୦୦ଟଙ୍କାକୁ ବୃଦ୍ଧି କରିଥିଲେ । ମାତ୍ର ରାଜ୍ୟ ସରକାର ୨୦୧୨ ଏପ୍ରିଲ ଠାରୁ ଏହା କାର୍ଯ୍ୟକାରୀ କଲେ । ଫଳରେ ୨୦୦୯ ଡିସେମ୍ବର ଠାରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ ୨୮ମାସର ବର୍ଦ୍ଧିତ ପାରିଶ୍ରମିକ ପାଚିକାମାନଙ୍କୁ ପ୍ରଦାନ କରାଗଲା ନାହିଁ । ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟକୁ ବିଭିନ୍ନ ଘରୋଇ ସଂସ୍ଥା ହାତକୁ ଟେକିଦେବାପାଇଁ ଉଦ୍ୟମ କରାଯାଉଛି । ଏହିଭଳି ଏକ ପରିପ୍ରେକ୍ଷୀରେ ପାଚିକା-ସହାୟିକାମାନଙ୍କ ନିମ୍ନଲିଖିତ ନ୍ୟାୟସଙ୍ଗତ ଦାବିରେ ୨୮ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଲୋକସଭା ଭବନ ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ । ଏହି ବିକ୍ଷୋଭ ସମାବେଶକୁ ଆମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା-ସହାୟିକାମାନଙ୍କ ସମେତ ଶିକ୍ଷକ, ଶିକ୍ଷାପ୍ରେମୀ ଜନସାଧାରଣ ପୂର୍ଣ୍ଣ ସମର୍ଥନ ଦେଇ ସଫଳ କରିବାକୁ ଆଜିର ସାମ୍ବାଦିକ ସମ୍ମିଳନୀ ଜରିଆରେ ନିବେଦନ କରାଯାଉଛି ।

ଦାବି ସମୂହ-
(୧) ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିଥିବା ସମସ୍ତ ପାଚିକା-ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ୨୮ ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରାଯାଉ ।
(୨) ୪ ଡିସେମ୍ବର ୨୦୧୭ରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ୨୦୧୮ ଏପ୍ରିଲ୍ ଠାରୁ ମାସିକ ୨୦୦ଟଙ୍କା ବକେୟା ପାରିଶ୍ରମିକ ପ୍ରଦାନ କରାଯାଉ ।
(୩) ପିଲା ସଂଖ୍ୟା କମ୍ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ ।
(୪) ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି କରାଯାଉ ।
(୫) ପାଚିକାମାନଙ୍କୁ ୧୦ମାସର ପରିବର୍ତ୍ତେ ୧୨ମାସର ପାରିଶ୍ରମିକ ପ୍ରଦାନ କରାଯାଉ ।
(୬) ଚଳିତବର୍ଷ କାମ କରିଥିବା ପାଚିକାମାନଙ୍କୁ ମେ, ଜୁନ୍ ମାସର ପାରିଶ୍ରମିକ ପ୍ରଦାନ କରାଯାଉ ।
(୭) ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ପେନ୍ସନ୍ ପ୍ରଦାନ କରାଯାଉ ।
(୮) ପାଚିକା-ସହାୟିକାଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ଓ ସର୍ବନିମ୍ନ ମାସିକ ୨୬୦୦୦ ଟଙ୍କୁ ମଜୁରୀ ପ୍ରଦାନ କରାଯାଉ ।
(୯) ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରାଯାଉ ।
(୧୦) ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ଓ ବର୍ଷକୁ ୨ହଳ ଶାଢ଼ୀ ପ୍ରଦାନ କରାଯାଉ ।
(୧୧) ପାଚିକାମାନଙ୍କୁ ଆକ୍ରୋଶମୂଳକ ଛଟେଇ ବନ୍ଦ କରାଯାଉ ।
(୧୨) ପାଚିକାମାନଙ୍କୁ ସାମାଜିକ ନିରପତ୍ତା ପ୍ରଦାନ କରାଯାଉ ।
(୧୩) ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ ।
(୧୪) ଶ୍ରମିକ, କର୍ମ·ରୀ ବିରୋଧି ଶ୍ରମ କୋଡ୍ ବାତିଲ କରାଯାଉ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଜିଲ୍ଲା ସଭାପତି ବ୍ରଜବନ୍ଧୁ ସାହୁ, ସମ୍ପାଦିକା ବୁଲି ବାରିକ, ତୀର୍ଥବାସୀ ଭୋଇ, ନୟନା ସାହୁ ପ୍ରମୁଖ ପାଚିକା-ସହାୟିକାମାନେ ନିଜର ନ୍ୟାଯ୍ୟ ଦାବି ହାସଲ ପାଇଁ ୨୮ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଲୋକସଭା ଭବନ ସମ୍ମୁଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିକ୍ଷୋଭ ସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ ।

Leave a Reply

Your email address will not be published. Required fields are marked *