Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବେଆଇନ ପାଉଁଶ କୁ ନେଇ ଆକ୍ତାମାକ୍ତା ତାଳଚେର ବାସୀ । ଯାହାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ତାଳଚେର ବାସୀ । ବିଶେଷ ଭାବେ ଯୁବ ସମାଜସେବୀ ସଂଗଠନ ତାଳଚେର ପକ୍ଷରୁ ଏ ନେଇ ସ୍ୱର ଉତୋଳନ କରାଯାଇଛି । ଏ ନେଇ ଜିଲାପାଳ , ଏସପି , ମେମ୍ବର ସେକ୍ରେଟାରୀ ପ୍ରଦୂଷଣ ବିଭାଗ । ଉପଜିଲ୍ଲାପାଳ ଆଦି ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ସଂଗଠନ ର କାର୍ଯ୍ୟକର୍ତା । ବିଶେଷ ଭାବେ ତାଳଚେର ବ୍ଲକ ର ଗୋଡିବନ୍ଧ ଠାରୁ ବଲହର ଛକ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵରେ ବେଆଇନ ଭାବେ ପାଉଁଶ ଗଛିତ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ଅବଗତ ଥିବା କହିଛନ୍ତି ପ୍ରଦୂଷଣ ବିଭାଗ ର ସ୍ଥାନୀୟ ଅଧିକାରୀ ଡ଼ା ଅନୁପ କୁମାର ମଲ୍ଲିକ । ଅନ୍ୟପକ୍ଷରେ ତୁରନ୍ତ ସମସ୍ୟା ର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ନେଇ ସୂଚନା ଦେଇଛନ୍ତି ଯୁବ ସମାଜ ସେବୀ ସଂଗଠନ ର କାର୍ଯ୍ୟକର୍ତା ।

Leave a Reply

Your email address will not be published. Required fields are marked *