ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ନାଲକୋନଗର ଠାରେ ଆୟୋଜିତ ହୋଇଥିବା ବିଶ୍ଵକର୍ମା ପୂଜା ଉପଲକ୍ଷେ ଖଦି ଓ ଗ୍ରାମ୍ୟଦୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ ଟି ଭୁଶୁଡି ଯିବାରୁ ଟେଣ୍ଟ ଉପରେ ଥିବା 8 ଜଣ କର୍ମଚାରୀ ହଠାତ ଖସି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ 5 ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ କିଛି ବ୍ୟକ୍ତି ଙ୍କ ସହାୟତା ରେ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ସମସ୍ତେ ସିଂ ଟେଣ୍ଟ ହାଉସ ର ଶ୍ରମିକ ବୋଲି ଜଣା ପଡ଼ିଛି ତେବେ ଆହତ ବ୍ୟକ୍ତି ମାନେ ହେଲେ
ତେବେ ଏଠାରେ କୁହାଯାଇ ପାରେ କି ନାଲକୋ ରେ ଆଜି ଏକ ବଡ଼ ଧରଣ ର ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ରମିକ ମାନେ । ଖବର ପାଇ ଘଟଣା ସ୍ଥଳ କୁ ସାମ୍ବାଦିକ ମାନେ ଯାଇଥିବା ବେଳେ ନାଲକୋ ର ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇ ଥିଲେ ।ସାମ୍ବାଦିକ ମାନେ ପଚାରିବାରୁ ସେମାନେ ଉପର ଅଧିକାରୀ ଏହାକୁ ଲୁଚାଇବାକୁ ଆମକୁ କୁହାଯାଇ ଥିବା କହିଥିଲେ ।