ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମରେ ନାଲକୋ କମ୍ପାନୀ ପକ୍ଷରୁ ଯାଇଥିବା ପାଉଁଶ ପାଇପ ଫାଟି ଯାଇଛି । ଫଳରେ କର୍ଣ୍ଣପୂର ଗ୍ରାମର ବିଭିନ୍ନ ନାଳ, ଜଳା ଶ୍ରୟ ଗୁଡିକରେ ପାଉଁଶ ଭର୍ତି ହୋଇଯାଇଛି ଅଭିଯୋଗ ହୋଇଛି। ଏଥି ସହିତ ଜଳ ସବୁ ପ୍ରଦୂଷିତ ହୋଇ ଥିବ ବେଳେ ଏହି ଜଳକୁ ପିଇ କେତେକ ଗୋରୁ ମୃତ୍ୟୁ ମୁଖରେ ପଡିଛନ୍ତି ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ କୁହାଯାଇଛି । ତେଣୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବାବେଳେ ସେମାନେ ପ୍ରତିବାଦ ସ୍ୱରୂପ ଧାରଣା ଦେଇଛନ୍ତି। ଏଥିରେ ଗ୍ରାମର ସରପଞ୍ଚ ସାମିଲ ହୋଇ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ନାଲକୋ କର୍ତ୍ତୃପକଷଙ୍କୁ ଗ୍ରାମବାସୀ ମାନେ ଗ୍ରାମର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲାଇ ଦେଖାଇଥିଲେ । ମାତ୍ର ଆଲୋଚନାରେ କୌଣସି ସମାଧାନ ହୋଇ ପାରି ନ ଥିବା ବେଳେ ଧାରଣା ଜାରି ରହିଥିଲା । ସୂଚନା ମୁତାବକ ଏଥିରେ ନାଲକୋ ର ପରିବହନ ବାଧାପ୍ରାପ୍ତ ହୋଇଥିଲା । ଏହି ସମସ୍ୟାର ସମାଧାନ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇ ପି ଏଚ କୁ ବନ୍ଦ କରିଦେବା ପାଇଁ ଗ୍ରାମବାସୀ କହିଛନ୍ତି। ପ୍ରକାଶ ଥାଉକି ଏହି ସମସ୍ୟା ବାରମ୍ବାର ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ। ଅନ୍ୟ ପକ୍ଷରେ ରହି ସଂକ୍ରାନ୍ତରେ ନାଲକୋ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।