Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଉଠା ଦୋକାନୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ , ଦକ୍ଷତା ବିକାଶ ସହିତ ପିଏମ ସ୍ୱନିଧି ଋଣ ଯୋଜନାରେ ବିତୀୟ ସଂଯୋଗୀ କରଣ ପାଇଁ ଏକ ପାଇଲଟ ପ୍ରୋଜେକ୍ଟ ର ହେଲା ଶୁଭାରମ୍ଭ । ତାଳଚେର ସହର ବିଭିନ୍ନ ଉଠା ଦୋକାନୀ ଙ୍କ ପାଇଁଆରମ୍ଭ ହେଲା ଯୋଜନା ।
ଏନଏସଡିସି , ଏସଡିଆଇ ଭୁବନେଶ୍ୱର ଓ ଏସଡିଆରସି ଏବଂ ତାଳଚେର ପୌରପାଳିକା ର ମିଳିତ ଆନୁକୂଲ୍ୟରେ ଆରମ୍ଭ ହେଲା ଚାରି ଦିନିଆ ପ୍ରଶିକ୍ଷଣ ଶିବିର । ତାଳଚେର ସହର ପ୍ରାୟ ୨୦୦ ଉଠା ଦୋକାନୀ ଙ୍କୁ ଯୋଜନାରେ ସାମିଲ ପାଇଁ ଉଦ୍ୟମ । ସାରାଭାରତ ର ବିହାର ଓ ଓଡିଶା ରେ ଆରମ୍ଭ ହୋଇଛି ଏହି ପାଇଲଟ ପ୍ରୋଜେକ୍ଟ ।ଏହି କ୍ରମରେ ଢେ଼ଙ୍କାନାଳ ସହର ସହ ତାଳଚେର ରେ ଆଜି ଠାରୁ ଆରମ୍ଭ ହେଲା ଏହି ପାଈଲଟ ପ୍ରୋଜେକ୍ଟ । ଏହି କ୍ରମ ରେ ତାଳଚେର ସହର ର ମଲିକା ଗେଷ୍ଟ ହାଉସ ରେ ଉଠା ଦୋକାନୀ ଙ୍କୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । ଆସାନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ପ୍ରାୟ ୨୦୦ ଉଠା ଦୋକାନୀ । ପ୍ରଶିକ୍ଷଣ ଶିବିର ଶେଷରେ ଉଠାଦୋକାନୀ ଙ୍କୁ ପ୍ରମାଣ ପତ୍ର ସହ ଯୋଗାଇ ଦିଆଯିବ ପିଏମ ସ୍ୱନିଧି ଋଣ ର ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *