ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅଧିନସ୍ଥ ତୁରଙ୍ଗ ପଞ୍ଚାୟତରେ ଥିବା ଗୋଚର ଜମି ତଥା ପ୍ଲଟ ନମ୍ବର ୫୭୨୮ ଗୋଚର ଜାଗାରୁ ମାଟି ଚୋରି ହୋଇ ୫ ରୁ ୬ ଟି ଜଳାଶୟରେ ପରିଣତ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀ ।ତୁରଙ୍ଗ ପଞ୍ଚାୟତର ସରପଞ୍ଚ ଙ୍କ ଅଭିଯୋଗ ଅନୁଯାୟୀ ପଞ୍ଚାୟତରେ ଗୋଚର ଜମିରେ ଜଳାଶୟ ହୋଇଥିବା ନେଇ କୌଣସି ପଞ୍ଚାୟତ ତାଲିକା ରେ ନାହିଁ । ଗ୍ରାମ ପଞ୍ଚାୟତ ର ଆଭ୍ୟନ୍ତରୀଣୟ ଆୟବୃଦ୍ଧି ପାଇଁ ଜଳାଶୟ ଗୁଡିକୁ ସରକାରୀ ନିୟମ ଅନୁସାରେ ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତୁରଙ୍ଗ ପଞ୍ଚାୟତ ର ସରପଞ୍ଚ ସମରେନ୍ଦ୍ର ଦେହୁରୀ ।