Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ରେ କାର୍ତ୍ତିକେଶ୍ଵର ପୂଜା ବହୁତ ଧୁମଧାମରେ ପାଳନ କରାଯାଇଥିଲା। ଗତ ନଭେମ୍ବର ୪ ତାରିଖ ରୁ ଆରମ୍ବ ହୋଇ ଥିଲା ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ୧୫ ଗୋଟି ପୂଜା ମଣ୍ଡପ ରେ ପୂଜା ପାଇଥିଲେ କାର୍ତ୍ତିକେଶ୍ଵର। ତୁରଙ୍ଗ ପଞ୍ଚାୟତରେ ହେଉଥିବା କାର୍ତ୍ତିକେଶ୍ଵର ସମସ୍ତ କମିଟି କୁ ନେଇ ତୁରଙ୍ଗ କେନ୍ଦ୍ରୀୟ କମିଟି ଗଠନ କରାଯାଇଛି। ଆଜି ମେଳଣ କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଯାଇଛି ଏବଂ ଏହି ମେଳଣ କାର୍ଯ୍ୟକ୍ରମକୁ ତୁରଙ୍ଗ କେନ୍ଦ୍ରୀୟ କମିଟି ସୁଚାରରୂପେ ତୁଲାଇବେ। ଏହି ମେଳଣ କାର୍ଯ୍ୟକ୍ରମରେ ୧୦ ଗୋଟି ମଣ୍ଡପ ତଥା ୧ ନମ୍ବର ରେ ମହେଶ୍ୱର କ୍ଲବ, ୨ ନମ୍ବର ରେ ହିଙ୍ଗୁଳା ପୂଜା କମିଟି, ୩ ନମ୍ବର ରେ ଜଗନ୍ନାଥ କ୍ଲବ, ୪ ନମ୍ବର ରେ ରାଜଧାନୀ କ୍ଲବ, ୫ ନମ୍ବର ରେ ନୀଳଚକ୍ର କ୍ଲବ, ୬ ନମ୍ବର ରେ ରତ୍ନ ନଗର କ୍ଲବ, ୭ ନମ୍ବର ନମ୍ବର ରେ ତ୍ରିଦେବ କ୍ଲବ, ୮ ନମ୍ବର ରେ ମା ହିଙ୍ଗୁଳା ପୂଜା କମିଟି, ୯ ନମ୍ବର ରେ ଓଭର୍ ଟେକ୍ କ୍ଲବ ଏବଂ ୧୦ ନମ୍ବର ରେ ସଂଗ୍ରାମ କ୍ଲବ ଅଂଶ ଗ୍ରହଣ କରିବା ସହ ରୁଟ ରେ ଯିବେ। ସକାଳ ୧୧ ଘଟିକା ରେ ତୁରଙ୍ଗ ମିନି ଷ୍ଟାଡିୟମ ଠାରୁ ବାହାରି ପଞ୍ଚାୟତ ପରିକ୍ରମା କରି ଦେହୁରୀ ସାହି ପଡିଆ ଠାରେ ମେଳଣ କାର୍ଯ୍ୟକ୍ରମ ଶେଷ ହେବ। ମ୍ୟୁଜିକାଲ, ସାଉଣ୍ଡ, ଦୁଲୁଦୁଲି, ଭାଙ୍ଗଡ଼ା, ଶିଙ୍ଗ ବାଜା ହ ଘଣ୍ଟ, ସାନ୍ତାଳା ମାନଙ୍କ ନୃତ୍ୟ, ସମ୍ବଲପୁର ନୃତ୍ୟ ରେ ତୁରଙ୍ଗ ପଞ୍ଚାୟତ ଦୁଲୁକିଲା ଥିଲା। ଯାହା ଫଳରେ ମେଳଣ ଦେଖିବା ପାଇଁ ବହୁ ସମାଗମ ଲାଗିଥିଲା। ଏହି ମେଳଣ କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *