ତାଳଚେର /କଣିହାଁ (ସୁବ୍ରତ ପଟ୍ଟନାୟକ): ତାଳଚେର ଉପଖଣ୍ଡ କଣିହାଁ ବ୍ଲକ କଂସମୁଣ୍ଡା ଗାମର କୋଇଲା ଖଣି କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି |କଂସମୁଣ୍ଡା ଗ୍ରାମର ସମସ୍ତ ଜମି, ଘର କଣିହାଁ କୋଇଲା ଖଣି ରେ ଅଧିଗ୍ରହଣ ହୋଇସାରିଛି |ଦୀର୍ଘ ବର୍ଷ ହେବ ଅଧିଗ୍ରହଣ ପରେ ମଧ୍ୟ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ |କଣିହାଁ ର ବରିଷ୍ଠ ନେତା ବିଜେପି ମଣ୍ଡଳ ସଭାପତି ତଥା ପ୍ରାକ୍ତନ ସମିତି ସଦସ୍ୟ ଦେବେନ୍ଦ୍ର ବାରିକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଖଣି କ୍ଷତିଗ୍ରସ୍ତ ଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ବିଜେପି ରାଜ୍ୟ ସମ୍ପାଦକ ତଥା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ର ଡାଇରେକ୍ଟର କାଳନ୍ଦୀ ସାମଲ ଯୋଗ ଦେଇ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କଂସମୁଣ୍ଡା ଗ୍ରାମ ବାସୀ ଙ୍କ ସମସ୍ୟା ସମାଧାନ ନ ହୋଇ ପାରିବା ଦୁଃଖ ଓ ପରୀତାପ ର ବିଷୟ |ଗ୍ରାମର ଅନେକ ବ୍ୟକ୍ତି ନିଯୁକ୍ତି ଥାଇଥାନ ଏ ଯାଏ ନ ହୋଇ ପାରିବା ଲୋକ ପ୍ରତିନିଧି ମାନଙ୍କ ର ଅପାରଗତା ବୋଲି ସେ କହିଥିଲେ |ଠିକ ସମୟ ରେ ଆର ପି ଡି ଏ ସି ବୈଠକ ବସାଇ ସମାଧାନ କରିବା ଦାୟିତ୍ୱ ଲୋକପ୍ରତିନିଧି ଙ୍କର କିନ୍ତୁ ସେମାନେ କାହିଁକି ଲୋକଙ୍କ କଥାକୁ ଧ୍ୟାନ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ |ପୁନଶ୍ଚ ରାଜ୍ୟ ସରକାର ତାଳଚେର ପ୍ରତି ସମ୍ପୂର୍ଣ ବୈମାତୃକ ମନୋଭାବ ପୋଷଣ କରିଛନ୍ତି, କ୍ଷତିଗ୍ରସ୍ତ ଙ୍କ ସମସ୍ୟା ସମାଧାନ ପାଇଁ ତାଳଚେର ରେ ଜଣେ ଥାଇଥାନ ଅଧିକାରୀ ଙ୍କୁ ନିଯୁକ୍ତି ଦେବା ସହ ଏଠାରେ ତାଙ୍କ କାର୍ଯ୍ୟାଳୟ 2009ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା, କିନ୍ତୁ ଦୀର୍ଘ 13ବର୍ଷ ହେବ ତାଲା ପଡିଛି ଏହି କାର୍ଯ୍ୟାଳୟ ରେ ଥାଇଥାନ ଅଧିକାରୀ ନାହାଁନ୍ତି, ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଏଠାରୁ ନେବା ପରେ ମଧ୍ୟ ଏ ଅଂଚଳ ପ୍ରତି ଅଣଦେଖା କାହିଁକି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି |ତୁରନ୍ତ ଥାଇଥାନ ଅଧିକାରୀ ନିଯୁକ୍ତି କରିବାକୁ ସେ ରାଜ୍ୟ ସରକାର ଙ୍କ ଠାରେ ଦାବୀ କରିଛନ୍ତି |ଆଜିର ଏହି କାର୍ଯ୍ୟକ୍ରମ ରେ ହେମନ୍ତ ବେହେରା, ଅମର ନାଏକ, ଚକ୍ରଧର ଦେହୁରୀ, ସୁମନ୍ତ ସେଠି ଙ୍କ ସହ ଶତାଧିକ କଂସମୁଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ |