Angul News: ତାଳଚେର: ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩ର ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନୁଗୋଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି ।ଏହାକୁ ନେଇ କଣିହାଁ ପଂଚାୟତ ବାସୀ ଙ୍କ ତରଫରୁ ଏବଂ ବିଜେପି କଣିହାଁ ମଣ୍ଡଳ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଯାଇଛି |ଆଜି ମଙ୍ଗଳ ବାର ନୁଆଁ ଦିଲ୍ଲୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ଉପସ୍ଥିତି ରେ ବିଜେପି ଏବଂ ପଂଚାୟତ ବାସୀ ଙ୍କ ତରଫରୁ ବିଜେପି କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ ଏବଂ କଣିହାଁ ପଂଚାୟତ ସଭାପତି ମନୋଜ ପ୍ରଧାନ ଜାତୀୟ ରାଜପଥ 53 ର ଉର୍ନ୍ନତି କରଣ ପାଇଁ ସମ୍ବର୍ଦ୍ଧନା ଜଣାଇଛନ୍ତି ଏବଂ କଣିହାଁ ରେ ଉକ୍ତ ରାଜପଥ ରେ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |