Spread the love

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ବିଜେପି ପରିଚାଳିତ ମୋଦି ସରକାର ଗତ ଦୁଇ ମାସରେ ଦୁଇ ଥର ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଶୋଭାଯାତ୍ରା କରିବାସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟ ବ୍ରଜବନ୍ଧୁ ସାହୁଙ୍କ ପରି·ଳନାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସଂଗଠନର କାର୍ଯ୍ୟକର୍ତ୍ତା ନବକିଶୋର ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁଙ୍କ ସମେତ ସଂଗଠକ ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ନାରାୟଣ ନାୟକ ପ୍ରମୁଖ ବକ୍ତବ୍ୟ ରଖି ଗ୍ୟାସ୍ ଦରବୃଦ୍ଧିକୁ ତୀବ୍ର ବିରୋଧ କରିବାସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଅତ୍ୟନ୍ତ କୌଶଳ କରି ଉଜ୍ଜ୍ୱଳା ଯୋଜନାରେ ପ୍ର·ର ପ୍ରସାର କରାଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପି ସରକାର ବର୍ତ୍ତମାନ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଦର ବୃଦ୍ଧିର ବୋଝ ଜନସାଧାରଣଙ୍କ ଉପରେ ଲଦୁଛି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *