Spread the love

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡା): ଓଡ଼ିଶା ଓ ଝାରଖଣ୍ଡ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଆଦିବାସୀ ନୃତ୍ୟ ଦଳ ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକଶିତ କରିବା ପାଇଁ ଏକ ବିରାଟ ନୃତ୍ୟ ପ୍ରତିଯୋଗିତା ଗୀତିଲତା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛିI ତିରିଂ ବ୍ଲକ ଅନ୍ତର୍ଗତ ଗୀତିଲତା ଗ୍ରାମରେ ମା ମନସା ପୂଜା କମିଟି ପକ୍ଷରୁ “ନାଚ ବାଲିୟେ କାଣ୍ଟେ କି ଟକ୍କର ” କାର୍ଯ୍ୟକ୍ରମରେ 54 ଟି ନୃତ୍ୟ ଦଳ ଭାଗ ନେଇଥିଲେI ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ଯୋଗ ଦେଇ ଆଦିବାସୀ କଳା ଓ ସଂସ୍କୃତିକୁ ବଞ୍ଚାଇଥିବାରୁ କମିଟିକୁ ପ୍ରଶଂସା କରିଥିଲେ I

ସମ୍ମାନୀୟ ଅତିଥି ଭାବେ ମୟୁରଭଞ୍ଜ (2) ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ତିରିଂ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଜେମାମଣି ଶୁଣ୍ଢି ଓ 25 ନଂ ଜୋନର ଜିଲ୍ଲା ପରିଷଦ ପରେଶ ଚନ୍ଦ୍ର ମୁଣ୍ଡା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ସ୍ଥାନୀୟ ଆଦିବାସୀ ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ ଜୀବନ ବ୍ୟାପି ଅହୋରାତ୍ର ପରିଶ୍ରମ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ଉନ୍ନତି ପାଇଁ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣାଙ୍କୁ ପୂଜା କମିଟି ପକ୍ଷରୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I

ଏଥିରେ ଅତିଥି ଭାବେ ରାଜନେତା/ସମାଜ ସେବୀ ବଳଦେବ ହେମ୍ବ୍ରମ, ଜିତରାୟ ବାସ୍କେ, ଯମୁନା ହେମ୍ବ୍ରମ, ସରପଞ୍ଚ ଭାଦବ ସୋରେନ,ପୁର୍ଣିମା ଗଗରାଇ,ରାହୁଲ ଯାଦବ, ଦୀପକ ମଢୁଆଳ, ପ୍ରସନଜିତ୍ ମହାନ୍ତି,ଧର୍ମ ପଦ ମହାନ୍ତ,କୃଷି ସଙ୍ଘର ଜିଲ୍ଲା ସଭାପତି ରାଜୁ ମହାନ୍ତ, ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ପ୍ରମୁଖ ମଞ୍ଚାସିନ ଥିଲେI ପ୍ରାରମ୍ଭରେ ପୂଜା କମିଟିର ଅଧକ୍ଷ ସୁନୀଲ ପୂର୍ତ୍ତି, ସଭାପତି ସଞ୍ଜୀବ ଆଲଦା, ସମ୍ପାଦକ ସାନ୍ଦୁ ଗାଗରାଇଙ୍କ ସହ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି “ମନସା ମା” ଙ୍କ ପୂଜାର୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ନୃତ୍ୟ ବିଭାଗରେ ୱେଷ୍ଟ୍ରନରେ ପ୍ରଥମ ଦଳ ଡି.ଏମ.ଷ୍ଟାଇଲ(ଜାମସେଦପୁର)ଦ୍ୱିତୀୟ ମିଟ ବ୍ରତହେରସ ଗ୍ରୁପ,ତୃତୀୟ ଡି ସୋଫିଆ,ବଲିଉଡ଼ ଷ୍ଟାଇଲରେ ପ୍ରଥମ – ନଟରାଇ ଡ୍ୟାନ୍ସ ଗ୍ରୁପ, ଦ୍ୱିତୀୟ- ସୁର ସଙ୍ଗମ ମାଧୁରୀ ଡ୍ୟାନ୍ସ ଗ୍ରୁପ, ତୃତୀୟରେ ରାହୁଲ ଡ୍ୟାନ୍ସ ଗ୍ରୁପ, ଏକକ ନୃତ୍ୟ ବିଭାଗରେ ପ୍ରଥମ ରେ ରୋହିତ କିଙ୍ଗ ଦ୍ୱିତୀୟ -ମିଷ୍ଟର ନରେଶ, ତୃତୀୟରେ-ସାଞ୍ଚାରି ପ୍ରମୁଖ ସ୍ଥାନ ଅଳଙ୍କୃତ କରି ଆକର୍ଷଣୀୟ ଅର୍ଥରାଶି ଉପହାର ପ୍ରଦାନ କରିଥିଲେ। ଏହି ସଭା କାର୍ଯ୍ୟକ୍ରମକୁ ବିଶିଷ୍ଟ ଆଙ୍କର ପ୍ରଭାସ ପାତ୍ର ସଂଯୋଜନା କରି ହଜାର ହଜାର ଦର୍ଶକଙ୍କ ମନ ଜିଣିଥିଲେ। ଏଥିରେ 3000/- ରୁ ଊର୍ଦ୍ଧ୍ୱ ଜନସାମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *