ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅସୁସ୍ଥ ଦନ୍ତା ହାତୀ ଉଦ୍ଧାର କରିବାରେ ସମ୍ବଲପୁର ବନ ବିଭାଗ ବିଫଳ । ୩ ଦିନ ପୋଖରୀ ଭିତରେ ଅସୁୁସ୍ଥ ହାତୀ ଫସିଥିବା ବେଳେ ବନ ବିଭାଗ ଓ ଗ୍ରାମବାସି ଉଦ୍ୟମରେ ଦନ୍ତା କୁ କୂଲକୁ ଅଣାଯାଇଥିଲା । ସେପଟେ ଭୁବନେଶ୍ଵର ରୁ ଆସିଥିବା OUAT ଟିମ ବିଲମ୍ବ ହେଲେ ମଧ୍ୟ ଦନ୍ତାର ଚିକିତ୍ସା ଆରମ୍ଭ କରିଛନ୍ତି।ଅସୁସ୍ଥ ଗଜରାଜ ଉଦ୍ଧାର କରିବାରେ ବିଫଳ ସମ୍ବଲପୁର ବନ ବିଭାଗ । ହେଲେ ପାଣି ଭିତରେ ଚିକିତ୍ସା ଆରମ୍ଭ ହୋଇଛି ଗଜରାଜ ର । ୩ ଦିନ ହେବ ଅସୁସ୍ଥ ଓ ଭୋକ ବିକଳରେ ଛଟପଟ ହେଉଥିଲା ପୋଖରୀ ପଙ୍କରେ ।
ସମ୍ବଲପୁର ପଡିବାହାଲ ରେଞ୍ଜ ସାପଲହରା ଗାଁର ଶିବ ମନ୍ଦିର ପଛପଟ ପୋଖରୀରେ ଗତ ବୁଧବାର ସଂଦ୍ଧ୍ୟାରେ ଗୋଟିଏ ଦନ୍ତା ହାତୀ ଫସି ରହିଛି । ନିକଟ ଜଙ୍ଗଳରୁ ପାଣି ପିଇବା ପାଇ ଆସି ଅସୁସ୍ଥ ଥିବାରୁ ପୋଖରୀରେ ଫସି ରହିଥିଲା । ଖବର ପାଇ ସମ୍ବଲପୁର ବନ ବିଭାଗ ପହଚି ଥିଲେ ବି ୩ ଦିନ ହେବ ହାତୀ କୁ ଖାଇଵାକୁ ନଦେଵା ସହ ଉଦ୍ଧାର କରିବା ଚେଷ୍ଟା କରିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏଭଲି କି ହାତୀ ଅସୁସ୍ଥ ଥିବାରୁ ଚିକିତ୍ସା ମଧ୍ୟ ମିଲିପାରିନାହି । ଗାଁରେ ଗୋଟିଏ ପୋଖରୀ ଥୁବାରୁ ଗୋଧୋଇବା ଅନ୍ୟନ ବ୍ୟବହାର କରୁଥିବା ବେଳେ ଏଵେ ଦନ୍ତା ଫସିଥିବାରୁ ଭୟଭିତ ଅଛନ୍ତି । ସମ୍ବଲପୁର ବନ ବିଭାଗ କେବଳ ହାତୀ କୁ ଜଗି ରହିଛ । ସେପଟେ ଘଟଣା ୩ ଦିନ ପରେ ବନ ବିଭାଗ ଚେଈ ଉପରିସ୍ଥ ଅଧିକାରୀ ଙ୍କୁ ଖବର ଦେଇଥିଲା । ଏଥି ପାଇ ଆଜି ଭୁବନେଶ୍ଵର OUAT , ନନ୍ଦନକାନନ ଓ ସାତକୋଶିଆ ବିଶେଷଜ୍ଞ ଟିମ, ସମ୍ବଲପୁର ଓ ବୁର୍ଲା VAS ଟିମ ଚିକିତ୍ସା ଟିମ ଘଟଣା ସ୍ଥଳକୁ ଚିକିତ୍ସା ପାଇ ପହଚିଥିଲେ । ଦନ୍ତାର ଗୋଟିଏ ଗୋଡରେ କ୍ଷୟ ହେଵାରୁ ପାଣିରେ ରହି ଧିରେ ଧିରେ ବଢିବାରେ ଲାଗିଥିଲେ । ଫଳରେ ନିଜେ ଛିଡା ହେବା କି ଚାଲିବା ପାଇ ସକ୍ଷମ ହୋଇପାରିନଥିଲା । ବନ ବିଭାଗ ଓ ଗାଁ ଲୋକେ ଦିର୍ଘ ୨ ଘଣ୍ଟା କସରତ ପରେ ହାତୀ କୁ ପୋଖରୀରେ କୂଲରେ ରଖିଥିଲେ ।ହେଲେ ସମ୍ପୁଣ୍ଣ ଭାବେ ହାତୀ କୁ ଉଦ୍ଧାର କରିବାରେ ବନ ବିଭାଗ ଫେଲ ମାରିଚି । ଏହାପରେ ଡାକ୍ତରୀ ଟିମ ଓ ବିଶେଷଜ୍ଞ ମାନେ ଚିକିତ୍ସା ଆରମ୍ଭ କରିଛନ୍ତୁ। ୩ ଦିନ ହେବ କିଛି ଖାଇନଥିବା ବେଲେ ପାଣିରେ ରହି ଘାଁ ଅଧିକ ସଂକ୍ରମଣ ହେବା ଅଶଙ୍କା ରହିଛି । ଏଥିପାଇ ଲଗାତାର ଚିକିତ୍ସା କରାଯିବ ବୋଲି OUAT କତ୍ତୁପକ୍ଷ କହିଛନ୍ତି ।ଓଡିଶାରେ ଧିରେ ଧିରେ ଗଜରାଜ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହେଉଥୁବା ବେଲେ ମୃତ୍ୟ ବରଣ ସଂଖ୍ୟା ବୃଦ୍ଧି ପାଉଛି । ହେକେ ସ୍ଥାନୀୟ ବନ କର୍ମଚାରୀ ମଧ୍ୟ ସରକାର ଙ୍କ ଭଲି ହାରୀ ସୁରକ୍ଷା ଓ ରକ୍ଷଣା ବେକ୍ଷଣା ପାଇ ଗୁରୁତ୍ବ ଦେଉନଥିବା ଜଣାପଡିଛି । ତେଵେ ସମ୍ଵଲପୁର ପଡିଆବାହାଲ ରେଞ୍ଜର ଆହୁରୀ ୨ ଟି ସ୍ଥାନରେ ହାତୀ ଅସୁସ୍ଥ ଥିବରୁ OUAT ଟୀମ ଚିକିତ୍ସା କରିବ ବୋଲି ଜଣାପଡିଛି।