Spread the love

ତାଳଚେର(ସୁବ୍ରତ ପଟ୍ଟନାୟକ) : ତାଳଚେର ନିର୍ବାଚନ ମଣ୍ଡଳୀ ର ବିଜେପିର ୬ ଟି ମଣ୍ଡଳ ର ପ୍ରଭାରୀ, ସଭାପତି, ସାଧାରଣ ସମ୍ପାଦକ ଏବଂ ଜିଲ୍ଲା କମିଟି ରେ ଥିବା କାର୍ଯ୍ୟକର୍ତା ଙ୍କର ଏକ ଜରୁରୀ ବୈଠକ ଭରତପୁର ଠାରେ ଅନୁଷ୍ଠିତ ହୋଇଯାଇଛି| ଆସନ୍ତା ଜୁନ ୧୫ ତାରିଖ ରେ ନାଲକୋ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲ ର ଉଦଘାଟନ ହେବ |ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ, ନିଯୁକ୍ତି, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତୀ ଭୂପିନ୍ଦର ଯାଦବ ମିଳିତ ଭାବେ ଯୋଗ ଦେଇ ୬୫ କୋଟି ଟଙ୍କାରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ କୁ ଉଦଘାଟନ କରିବେ |ଉଦଘାଟନ ପରେ ବଳରାମ ପ୍ରସାଦ ହିଙ୍ଗୁଳା ମନ୍ଦିର ନିକଟ ଯାତ୍ରା ପଡିଆ ରେ ଗରିବ କଲ୍ୟାଣ ସମାବେଶ ରେ ଯୋଗ ଦେବେ |ଏହାକୁ ନେଇ ତାଳଚେର ବିଜେପି ଚଳ ଚଞ୍ଚଳ ହୋଇ ପଡିଛି |ଆଜିର ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ରାଜ୍ୟ ସମ୍ପାଦକ ତଥା କ୍ଷୁଦ୍ର ଶିଳ୍ପ ନିଗମ ର ଡାଇରେକ୍ଟର କାଳନ୍ଦୀ ସାମଲ ଯୋଗ ଦେଇ ମୋଦୀ ସରକାର ରେ ଆଠ ବର୍ଷ ରେ ବହୁ ବିକାଶ କାର୍ଯ୍ୟ ହୋଇଛି, ସେହିପରି ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ପାଇଁ ପ୍ରଚୁର ଅର୍ଥ ଦେଇଛନ୍ତି, ସାର କାରଖାନା, ଥର୍ମାଲ ପ୍ଲାଣ୍ଟ, ମେଡିକାଲ କଲେଜ, ଇଏସଆଇ ହସ୍ପିଟାଲ, ଡ଼ିଏମଏଫ ଫଣ୍ଡ ଗଠନ କରାଇ କୋଟି କୋଟି ଟଙ୍କା ଦେଇଛନ୍ତି କିନ୍ତୁ ରାଜ୍ୟ ସରକାର ଏ ଅଂଚଳ ର ବିକାଶ ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରି ନାହାନ୍ତି, ରାଜ୍ୟ ସରକାର ବିକାଶ ମୂଳକ କାର୍ଯ୍ୟରେ ବାଧକ ନ ସାଜନ୍ତୁ ବୋଲି ପ୍ରକାଶ କରିଥିଲେ |ଧର୍ମେନ୍ଦ୍ର ପ୍ରଧାନ ମେଡିକାଲ ଖୋଲାଉ ଥିବା ବେଳେ ଢେଙ୍କାନାଳ ସାଂସଦ ଓ ତାଳଚେର ବିଧାୟକ ତାଳଚେର ମଣ୍ଡପାଳ ସରକାରୀ ଡାକ୍ତର ଖାନା ରେ ଡାକ୍ତର ଦେଇ ପାରୁନାହାନ୍ତି ବୋଲି ଶ୍ରୀ ସାମଲ କହିଥିଲେ |ଜୁନ ପନ୍ଦର ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ସମାବେଶ ରେ ତାଳଚେର ରୁ ଦଶ ହଜାର ରୁ ଉର୍ଦ୍ଧ ଜନ ସାଧାରଣ ଯୋଗ ଦେବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ତଥା ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମ ର ସଂଯୋଜକ ଯଯାତି ପଟ୍ଟନାୟକ,ଜିଲ୍ଲା ଉପ ସଭାପତି ନୃସିଂହ ବରାଳ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ରତ୍ନାକର ସାହୁ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ,କାଳନ୍ଦୀ ପ୍ରଧାନ, ପୁଲିନ ବିହାରୀ ନାୟକ,ବରୁଣ ସାହୁ,ନରେନ୍ଦ୍ର ସାହୁ,ସଚ୍ଚିଦାନନ୍ଦ ପ୍ରଧାନ, କର୍ଣ୍ଣ କୁମାର ଭୁତିଆ, ସୁଫଳା ପୃଷ୍ଟି,ସଂଯୁକ୍ତା ମହାରଣା, ଅଜୟ ଗୋଛାୟତ, ନିରୋଜ ଦାସ, ପ୍ରଶାନ୍ତ ଦାସ, ଗୋପାଳି ସାହୁ, ଖଇରା ପ୍ରଧାନ, କୃଷ୍ଣ ଦାସ,ଙ୍କ ସମେତ ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇ ଗରିବ କଲ୍ୟାଣ ସମାବେଶ କୁ ନେଇ ପ୍ରସ୍ତୁତି କରିଥିଲେ |

Leave a Reply

Your email address will not be published. Required fields are marked *