Spread the love

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ):ଓଡ଼ିଶାର ରତ୍ନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୀବନୀ ଉପରେ ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିରୋଧୀ ଦଳର ଉପନେତା ଶ୍ରୀ ବିଷ୍ଣୁ ସେଠୀ ଓ ଅନ୍ୟ ନେତୃବୃନ୍ଦ ସହ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ସଭାପତି ଶ୍ରୀ ସମୀର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।‘ଭାରତର ଲୋକପ୍ରିୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’ ଶୀର୍ଷକ ପୁସ୍ତକରେ ଲୋକପ୍ରିୟ କେନ୍ଦ୍ରମନ୍ତ୍ରୀଙ୍କ ଅସାଧାରଣ ଚରିତ୍ରକୁ ପୃଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରାଯିବା ସଙ୍ଗେ ତାଙ୍କ ଶୃଙ୍ଖଳିତ ଜୀବନର ପ୍ରତ୍ୟୟକୁ ଉପସ୍ଥାପନ କରାଯାଇଛି । ଉପସ୍ଥିତ ଅତିଥି ଙ୍କ ଦୃଢ଼ ବିଶ୍ୱାସ, ପୁସ୍ତକଟି ସୀମିତ ସମୟରେ ଲୋକପ୍ରିୟତା ହାସଲ କରିବ ।ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ କାର୍ଯ୍ୟଦକ୍ଷତା ଓ ନେତୃତ୍ଵରେ ବଳରେ ଆଜି ବିଶ୍ୱ ପଟଳରେ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାଢେ ଚାରି କୋଟି ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *